ପୂର୍ବତଟ ରେଳପଥର ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ ଘୋଷଣା
ଭୁବନେଶ୍ଵର, (ଓଟି): ଶୀତଦିନିଆ ଭ୍ରମଣ ଋତୁକୁ ଆଖିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ଘୋଷଣା କରାଯାଇଛି। ଲୋକଙ୍କ ଚାହିଦା ଥିବା ରେଳମାର୍ଗରେ ଏହି ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ନିୟମିତ ଚଳାଚଳ କରୁଥିବା ଜନପ୍ରିୟ ମାର୍ଗ ମାନଙ୍କରେ ମାତ୍ରାଧିକ ଯାତ୍ରୀ ଭିଡକୁ ତର୍ଜମା କରି ଏହି ନିଷ୍ପତ୍ତି ନିଆଯାଇଅଛି। ଫଳରେ ଯାତ୍ରୀମାନେ ସେମାନଙ୍କର ସ୍ୱଳ୍ପକାଳୀନ ଜରୁରୀ ଯାତ୍ରାପାଇଁ ଆବଶ୍ୟକ ନିଶ୍ଚିତ ଟିକେଟ୍ ପାଇପାରିବେ ବୋଲି ଆଶା କରାଯାଇଛି।
ହାଓଡ଼ା ଦିଗକୁ ସ୍ୱତନ୍ତ୍ର ଟ୍ରେନ :
ହାଓଡ଼ା କିମ୍ବା କଳିକତାକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ହାଓଡ଼ା କିମ୍ବା ସଂତ୍ରାଗାଛି/ଶାଲିମର/କୋଲକାତାକୁ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଟିକେଟ ନେଇ ପାରିବେ। ୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ସଂତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚଳାଚଳ କରିବ।
ସେହିପରି ୦୮୦୩୭/୦୮୦୩୮ ଶାଲୀମାର-ପୁରୀ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ଶାଲୀମାର ଠାରୁ ଜାନୁୟାରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ପୁରୀ ଠାରୁ ଜାନୁୟାରୀ ମାସ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଛାଡ଼ୁଛି।
ଏହାବ୍ୟତୀତ ୦୩୧୦୧/୦୩୧୦୨ କୋଲକାତା-ପୁରୀ-କୋଲକାତା ସ୍ୱତନ୍ତ୍ର ଟ୍ରେନ କୋଲକାତା ଠାରୁ ଜାନୁୟାରୀ ମାସ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଏବଂ ପୁରୀ ଠାରୁ ଜାନୁୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ପର୍ଯ୍ୟନ୍ତ ଚଳାଚଳ କରିବ I
ବାଙ୍ଗାଲୋର ଦିଗକୁ ସ୍ୱତନ୍ତ୍ର ଟ୍ରେନ :
ଟିଟିଲାଗଡ଼-ରାୟଗଡା ମାର୍ଗ ଦେଇ ସମ୍ବଲପୁର ଓ ବନସୱାଡି (ବାଙ୍ଗାଲୋର) ମଧ୍ୟରେ ୦୮୩୦୧/୦୮୩୦୨ ସ୍ୱତନ୍ତ୍ର ଟ୍ରେନ ସମ୍ବଲପୁର ଠାରୁ ପ୍ରତି ବୁଧବାର ଦିନ ମାର୍ଚ୍ଚ ମାସ ୨୫ ତାରିଖ ପର୍ଯ୍ୟନ୍ତ ଏବଂ ବନସୱାଡି ଠାରୁ ପ୍ରତି ଗୁରୁବାର ଦିନ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚଳାଚଳ କରୁଅଛି I
ସମ୍ବଲପୁର-ଟିଟିଲାଗଡ଼-ରାୟଗଡା ମାର୍ଗ ଦେଇ ହଟିଆ ଓ ବାଙ୍ଗାଲୋର ମଧ୍ୟରେ ୦୮୬୩୫/୦୮୬୩୬ ସ୍ୱତନ୍ତ୍ର ଟ୍ରେନ ହଟିଆ ଠାରୁ ପ୍ରତି ଶୁକ୍ରବାର ଦିନ ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ପ୍ରତି ରବିବାର ଦିନ ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ I
ସିକନ୍ଦରାବାଦକୁ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ୱର ଓ ସିକନ୍ଦରାବାଦ ମଧ୍ୟରେ ୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ପ୍ରତି ଗୁରୁବାର ଦିନ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ପ୍ରତି ଶୁକ୍ରବାର ଦିନ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ୦୭୪୩୮/୦୭୪୩୭ କଚେଗୁଡା (ସିକନ୍ଦରାବାଦ)-ଟାଟା-କଚେଗୁଡା ସ୍ୱତନ୍ତ୍ର ଟ୍ରେନ (କେନ୍ଦୁଝରଗଡ଼-ବ୍ରହ୍ମପୁର ମାର୍ଗ ଦେଇ) କଚେଗୁଡା ଠାରୁ ପ୍ରତି ସୋମବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ଟାଟା ଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଅଛି I
ସେହିପରି ୦୭୧୪୮/୦୭୧୪୭ ଶ୍ରୀକାକୁଲମ-କଚେଗୁଡା-ଶ୍ରୀକାକୁଲମ ସ୍ୱତନ୍ତ୍ର ଟ୍ରେନ କଚେଗୁଡାଠାରୁ ପ୍ରତି ରବିବାର ଦିନ ଫେବୃୟାରୀ ମାସ ୨୩ ତାରିଖ ପର୍ଯ୍ୟନ୍ତ ଏବଂ ଶ୍ରୀକାକୁଲମ ଠାରୁ ପ୍ରତି ସୋମବାର ଦିନ ଫେବୃୟାରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ୦୮୫୦୧/୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ।
ତିରୁପତିକୁ ସ୍ୱତନ୍ତ୍ର ଟ୍ରେନ
୦୮୫୭୩/୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାଠାରୁ ପ୍ରତି ସୋମବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ତିରୁପତି ଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ୦୬୦୧୬/୦୭୪୭୯ କଚେଗୁଡା-ଶ୍ରୀକାକୁଲମ-ତିରୁପତି ସ୍ୱତନ୍ତ୍ର ଟ୍ରେନ କଚେଗୁଡାଠାରୁ ମାର୍ଚ୍ଚମାସ ୨୫ ତାରିଖ ପର୍ଯ୍ୟନ୍ତ ମଙ୍ଗଳବାର ଦିନ ଶ୍ରୀକାକୁଲମକୁ ଏବଂ ଶ୍ରୀକାକୁଲମ ଠାରୁ ଫେବୃୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ତିରୁପତିକୁ ଯାତ୍ରାକରିବ I
ଚେନ୍ନାଇ ଦିଗକୁ ସ୍ୱତନ୍ତ୍ର ଟ୍ରେନ
୦୮୪୨୧/୦୮୪୧୨ ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ଚେନ୍ନାଇ ଠାରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାରଦିନ ଚଳାଚଳ କରିବାକୁ ଥିବାବେଳେ ୦୬୦୫୮/୦୬୦୫୭ ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇ ଠାରୁ ଫେବୃୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଦୀ ବୁଧବାର ଦିନ ଏବଂ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାରଦିନ ଚଳାଚଳ କରିବ I
ସନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ
୦୬୦୧୦/୦୬୦୦୯ ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ ପୁଡୁଚେରୀ ଠାରୁ ଫେବୃୟାରୀ ମାସ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଛାଡିବାକୁ ଥିବା ବେଳେ ଏହା ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ପ୍ରତି ସୋମବାରଦିନ ପୁଡୁଚେରୀକୁ ଯାତ୍ରା କରିବ I
ସନ୍ତ୍ରାଗାଛି-କୋଏମ୍ବାଟୁର-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ
୮୦୮୧୩/୮୦୮୨୪ ସନ୍ତ୍ରାଗାଛି-କୋଏମ୍ବାଟୁର-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ସନ୍ତ୍ରାଗାଛି ଠାରୁ ଫେବୃୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ କୋଏମ୍ବାଟୁରକୁ ଯାତ୍ରା କରିବାକୁ ଥିବା ବେଳେ ଏହା କୋଏମ୍ବାଟୁରଠାରୁ ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାରଦିନ ସନ୍ତ୍ରାଗାଛିକୁ ଯାତ୍ରା କରିବ I
ବିଶାଖାପାଟଣା ଓ ଆରକୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ
୦୮୫୧୭/୦୮୫୧୮ ବିଶାଖାପାଟଣା-ଆରକୁ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଜାନୁୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ସ୍ଥିରୀକୃତ ଦିନମାନଙ୍କରେ ଚଳାଚଳ କରିବାକୁ ରେଳବାଇ ପକ୍ଷରୀ ନିଷ୍ପତ୍ତି ନିଆଯାଇଅଛି I
ବର୍ଥ ଉପଲବ୍ଧ ଅଛି – ସ୍ୱତନ୍ତ୍ର ଟ୍ରେନକୁ କିଭଳି ଜାଣିବେ
ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡ଼ାଇବାପାଇଁ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନକୁ ପସନ୍ଦ କରିପାରନ୍ତି ଯାହାଦ୍ୱାରା ଏଥିରେ କନଫର୍ମ ବର୍ଥ ମିଳିବାର ଆଶା ଅଧିକ ଥାଏ । ସ୍ୱତନ୍ତ୍ର ଟ୍ରେନ ଗୁଡିକର ମୂଳ ସଂଖ୍ୟା “୦” (ଶୂନ) କିମ୍ବା “୮” ରୁ ଆରମ୍ଭ ହୋଇଥାଏ ଏବଂ ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମରେ (ଏନ.ଟି.ଇ.ଏସ.) ମାଧ୍ୟମରେ କିମ୍ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ମାଧ୍ୟମରେ କିମ୍ବା ଷ୍ଟେସନ ଠାରେ ଥିବା ଅନୁସନ୍ଧାନ କେନ୍ଦ୍ରମାନଙ୍କରେ ଏହା ସମ୍ବନ୍ଧରେ ଜାଣି ପାରିବେ।
ଅନ ଲାଇନରେ ଟିକେଟ ବୁକ କରିବାକୁ ଥିବା ଯାତ୍ରୀମାନେ ଆଇ.ଆର.ସି.ଟି.ସି. ୱେବସାଇଟ ଏବଂ ମୋବାଇଲ ଆପ ମାଧ୍ୟମରେ ମଧ୍ୟ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ଜାଣି ପାରିବେ I ଏହା ବ୍ୟତୀତ ରେଳବାଇ ପକ୍ଷରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ସୂଚନା କିମ୍ବା ବିଜ୍ଞପ୍ତି ଦିଆଯାଉଅଛି । ଯାତ୍ରୀମାନେ ମଧ୍ୟ ପୂର୍ବତଟ ରେଳପଥ ଫେସବୁକ @EASTCOASTRailway କିମ୍ବା ଟୁଇଟର ଆକାଉଣ୍ଟ @eastcoastrail କୁ ଅନୁସରଣ କଲେ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ସୂଚନା ପାଇପାରିବେ I