ବିଏମ୍‌ସି-ସିଏମ୍‌ସି ସ୍ଵତନ୍ତ୍ର ଟ୍ରେନ୍

ଭୁବନେଶ୍ୱର(ଓଟି): ଦୁଇ ମହାନଗରବାସୀଙ୍କ ପାଇଁ ଆହୁରି ସୁବିଧା ହେବ ଯୋଗାଯୋଗ। ଯାତାୟାତ ସୁବିଧା ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳ ବିଭାଗ। ସୂଚନା ଅନୁସାରେ ଭୁବନେଶ୍ଵର ଆଉ କଟକ ମଧ୍ୟରେ ଗଡ଼ିବ ସ୍ଵତନ୍ତ୍ର ଟ୍ରେନ୍‌। ଫଳରେ ଦୁଇ ମହାନଗରବାସୀଙ୍କ ପାଇଁ ଗମନାଗମନ ଆହୁରି ସହଜ ହୋଇପାରିବ।

ପ୍ରଥମେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଗଡ଼ିବ। ଏହାର ସଫଳତାକୁ ଅନୁଧ୍ୟାନ କରଯାଇ ପର୍ଯ୍ୟାୟ କ୍ରମେ ଟ୍ରେନ୍‌ ଯାତାୟାତ କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ ଯିବ। ସେହିପରି କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଭୁବନେଶ୍ଵର ଫେରିବ। ଭୁବନେଶ୍ୱରରୁ ଅପରାହ୍ଣ ସାମେ ଗୋଟାଏରେ ଟ୍ରେନ୍‌ ଛାଡ଼ି ଅଢ଼େଇଟାରେ କଟକରେ ପହଞ୍ଚିବ। ସେହିପରି କଟକରୁ ୨ଟା ୪୦ରେ ଛାଡ଼ି ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ।  

ଏହି ଟ୍ରେନ୍‌ ଚଳାଚଳା କରିବା ଫଳରେ ବିଏମ୍‌ସି-ସିଏମ୍‌ସି ତଥା ଟ୍ୱିନ୍‌ସିଟି ବାସିନ୍ଦାଙ୍କୁ ଅନେକ ସୁବିଧା ମିଳିପାରିବ ବୋଲି ବିଭିନ୍ନ ମହଲରେ ଆଶା ପ୍ରକଟ କରାଯାଉଛି।

Leave a Reply

Your email address will not be published. Required fields are marked *