କ୍ରୀସ୍ମାସ ଓ ନୂଆବର୍ଷ: ପ୍ଲାନେଟାରିୟମ୍ରେ ସ୍ଵତନ୍ତ୍ର ଶୋ’
ଭୁବନେଶ୍ଵର, (ଓଟି) : ବର୍ଷ ଶେଷ ଉତ୍ସବରେ ସାମିଲ୍ ହୋଇଛି ଭୁବନେଶ୍ଵରସ୍ଥିତ ପଠାଣିସାମନ୍ତ ପ୍ଲାନେଟାରିୟମ୍। ଯଦି ଆପଣ ଏହି ଅବସରରେ କିଛି ଜ୍ଞାନ ଆହରଣ କରିବାକୁ ଚାହୁଁଛନ୍ତି ତେବେ ଏହା ଏକ ଉତ୍ତମ ସୁଯୋଗ ହୋଇପାରେ। କାରଣ ପ୍ଲାନେଟୋରିୟମ୍ରେ ରବିବାରଠାରୁ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଶୋ’ ଆୟୋଜନ କରାଯାଇଛି। ପୁଣି ଗୋଟିଏ ଶୋ ହିନ୍ଦିରେ ହେଲେ ତା’ ପର ଶୋ’ଟି ଓଡ଼ିଆ ଭାଷାରେ ଆୟୋଜନ କରାଯାଉଛି। ଅପରାହ୍ଣ ୪ଟା ବେଳର ଶୋକୁ ଇଂରାଜୀ ଭାଷାରେ ଆୟୋଜନ କରାଯାଉଛି। ମହାକାଶ, ଗ୍ରହ, ନକ୍ଷତ୍ର ମାନଙ୍କ ବିଷୟରେ ଜାଣିବା ଲାଗି ଏହା ଏକ ମଉକା ବୋଲି ଗ୍ରହଣ କରାଯାଉଛି। ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ମହାକାଶ ସମ୍ବନ୍ଧରେ ଜାଣିବାକୁ ଚାହୁଥିବା ଲୋକଙ୍କ ଲାଗି ସ୍ଵନ୍ତ୍ର ଶୋ’ ବିଷୟରେ ଘୋଷଣା କରାଯାଇଛି। ବଡ଼ଦିନ
ସୋମବାରକୁ ଛାଡ଼ି ଏହି ଶୋ’ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ଶୋ’ର ବ୍ୟବସ୍ଥା କରାଯାଇଛି। ଶୋ’ଗୁଡ଼ିକ କ୍ରମାନ୍ବୟରେ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷିତ ହେବ। ଦଳଗତ ଭାବେ ସ୍କୁଲ ଓ କଲେଜରୁ ଆସୁଥିବା ଛାତ୍ରଛାତ୍ରୀମାନେ ସୋ’ ଦେଖିବା ପୂର୍ବରୁ ପ୍ଲାନେଟାରିୟମ୍ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି।