ସମ୍ବଲପୁରୀ ଜ୍ୟାକେଟ୍ରେ ମୋଦି
ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ମୋଦିଙ୍କ ଜ୍ୟାକେଟ୍ ଫ୍ୟାଶନକୁ ଆହୁରି ଚମକଦାର କରିବାକୁ ଚାହିଁଛନ୍ତି ସମ୍ବଲପୁରବାସୀ। ତାହା ପୁଣି ସ୍ଵତନ୍ତ୍ର ଭାବେ ତିଆରି ହୋଇଥିବା ସମ୍ବଲପୁରୀ ବସ୍ତ୍ରରେ। ଅର୍ଥାତ୍ ସମ୍ପୂଣ୍ଣ ଭାବେ ସୂତା ଓ ସମ୍ବଲପୁରୀ ବୁଣା କାରିଗରୀରେ ଏହା ତିଆରି ହୋଇଥିଲା।
ମୋଦି ସମ୍ବଲପୁରବାସୀଙ୍କୁ ଉଦ୍ବୋଧନ ଦେବା ଲାଗି ହେଲିକପ୍ଟରରୁ ଓହ୍ଲାଇବା ପରେ ସମ୍ବଲପୁରୀ ଉତ୍ତରୀୟ ଦେଇ ସ୍ଵଗତ କରିଥିଲେ ସମର୍ଥକ ଓ ଦଳୀୟ କର୍ମୀ। ମାତ୍ର ବିଜୟ ସଙ୍କଳ୍ପ ମଞ୍ଚ ଉପରେ ମୁଖ୍ୟ ସଂଯୋଜକ ଗୋବିନ୍ଦ ଅଗ୍ରୱାଲ ଏକ ସକଟାପର ଜ୍ୟାକେଟ୍ ପିନ୍ଧାଇ ସ୍ଵାଗତ କରିଥିଲେ। ଶ୍ରୀ ମୋଦି ମଧ୍ୟ ପ୍ରବଳ ଗରମରେ ସମ୍ବଲପୁର ବାସୀଙ୍କ ଆଗ୍ରହକୁ ସମ୍ମାନ ଦେଇ ତାହାକୁ ପିନ୍ଧି ଅଭିଭାଷଣ ଦେଇଥିଲେ। ମଞ୍ଚରୁ ଓହ୍ଲାଇ ହେଲିକପ୍ଟରକୁ ଯିବାଯାଏ ମୋଦି ଏହି ଜ୍ୟାକେଟ୍କୁ ଓହ୍ଲାଇ ନଥିଲେ।