କେରୋନା ସଂକଟ ଭିତରେ କଲେ ବିବାହ

ନୂଆଦିଲ୍ଲୀ (ଓଟି): ମହାମାରୀ କୋବିଡ-୧୯ ତଥା କରୋନା ପ୍ରଭାବ ବିଶ୍ଵରେ ବଢ଼ିବାରେ ଲାଗିଛି। ଭାରତ ସମେତ ବିଶ୍ୱର ବହୁ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଛି ଏବଂ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି। ତେବେ ଏହା ପ୍ରେମରେ ବାଧକ ସୃଷ୍ଟି କରିପାରିନି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ସ୍ପେନ୍‌ରେ। ଏଭଳି ସଂକଟ ପରିସ୍ଥିତିରେ ଏକ ପ୍ରେମୀ ଯୁଗଳ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଲକ୍ ଡାଉନ୍ ସମୟରେ ଘର ଝରକାର ପାଖରେ ଠିଆ ହୋଇ ସେମାନେ ବିବାହ କରିଛନ୍ତି। ଯାହା ସମ୍ପ୍ରତି ବିଶ୍ଵ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ କରୋନାରେ ଖୁବ୍‌ ପ୍ରଭାବିତ ହୋଇଛି ସ୍ପେନ। ୨୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୩୦୦ରୁ ଅଧିକ ଲୋକଙ୍କ ପ୍ରାଣ ଚାଲିଯାଇଛି। ଏଭଳି ପରିସ୍ଥିତିରେ ସେଠାକାର ଅଲବା ଡିଜ୍ ଓ ଡେନିଏଲ କ୍ୟାମିନୋ ବିବାହ କରିଛନ୍ତି। ସେମାନଙ୍କ ପ୍ରେମ ଅଟକାଇ ପାରିନି ପରିସ୍ଥିତି। ଲକ ଡାଉନ ସମୟରେ ସେମାନେ ନିଜର ଆପାର୍ଟମେଣ୍ଟ ଝରକା ଦେଇ ବିବାହ କରିଥିଲେ। ଦମ୍ପତ୍ତିଙ୍କ ବିବାହ ସମୟରେ ପଡ଼ୋଶୀମାନେ ମଧ୍ୟ ନିଜ ଝରକାରେ ଠିଆ ହୋଇ ଅଭିନନ୍ଦନ ଜଣାଇଥିଲେ। ଦୁହେଁ ପୂର୍ବରୁ ବିବାହ ପାଇଁ ଯୋଜନା କରିଥିଲେ, କିନ୍ତୁ ଲକ ଡାଉନ୍ ହେବା ଫଳରେ ସେମାନଙ୍କୁ ଏଭଳି ପରିସ୍ଥିତିରେ ବିବାହ କରିବାକୁ ପଡ଼ିଥିଲା।

Leave a Reply

Your email address will not be published.