କଂଗ୍ରେସକୁ ମହାରାଷ୍ଟ୍ରରେ ଏସ୍ପି-ବିଏସ୍ପି ଝଟ୍କା
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ମାୟାବତୀ ଏବଂ ଅଖିଲେଶ ଯାଦବ କଂଗ୍ରେସକୁ ଅଣଦେଖା କରି ଜବରଦସ୍ତ ଝଟ୍କା ଦେଇଛନ୍ତି । ଉଭୟ ଏସ୍ପି- ବିଏସ୍ପି ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ମାୟାବତୀଙ୍କ ବହୁଜନ ସମାଜବାଦ ପାର୍ଟି(ବିଏସ୍ପି) ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍ପି) ସମସ୍ତ ୪୮ଟି ଆସନରେ ପ୍ରାର୍ଥୀ ଦେବେ। ମହାରାଷ୍ଟ୍ରରେ କଂଗ୍ରେସ ଶରଦ ପାୱାରଙ୍କ ଏନ୍ସିପି ସହ ମେଣ୍ଟ କରିଛି।
ଏହା ହେଲେ ଏବେ କଂଗ୍ରେସ ଭୋଟ୍ ବିଭାଜନର ଆଶଙ୍କା ପ୍ରକାଶ ପାଇଛି। କାରଣ ଏସ୍ପି ମାୟାବତୀଙ୍କ ବିଏସ୍ପି ସହ ମେଣ୍ଟ କରିଥିବା ବେଳେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍ଆଇଏମ୍ ଓ ପ୍ରକାଶ ଆମ୍ବେଦକରଙ୍କ ଭିବିଏ ସହ ମେଣ୍ଟ କରିଛି। ତେଣୁ ମହାରାଷ୍ଟ୍ରରେ ଥିବା ଦଳିତ ଓ ମୁସଲିମ୍ ଭୋଟ୍ ଏବେ ବିଭାଜନ ହେବାର ଆଶଙ୍କା ପ୍ରକାଶ ପାଇଛି। ଯାହା କଂଗ୍ରେସର ଚିନ୍ତାକୁ ବଢ଼ାଇ ଦେଇଛି।
ମହାରାଷ୍ଟ୍ରର ଜନସଂଖ୍ୟା ୧୧.୨୪ କୋଟି ହୋଇଥିବା ବେଳେ ଏହାର ୧୧.୫୬% ଅର୍ଥାତ ୧.୩ କୋଟି ଲୋକ ହେଉଛନ୍ତି ମୁସଲିମ୍।
ମିଳିଥିବା ସୂଚନା ଅନୁଯାୟୀ ମାୟାବତୀଙ୍କ ବିଏସ୍ପି ୪୮ଟି ଲୋକସଭା ଆସନରୁ ୪୫ଟି ଓ ଅଖିଲେଶ ଯାଦବଙ୍କ ଏସ୍ପି ମାତ୍ର ୩ଟି ଆସନରେ ପ୍ରାର୍ଥୀ ଦେବ। କିନ୍ତୁ ଏସ୍ପି ଆଉ କିଛି ସିଟ୍ରେ ପ୍ରାର୍ଥୀ ଦେବାକୁ ବିଏସ୍ପି ସହ ଆଲୋଚନା କରୁଥିବା ମଧ୍ୟ ଖବର ମିଳିଛି।