ଲୋକସଭା ନିର୍ବାଚନକୁ ନେଇ ଦକ୍ଷିଣ ଭାରତର ୭ମୁଖ୍ୟମନ୍ତ୍ରୀ ଚିନ୍ତାରେ

ଦକ୍ଷିଣ ଭାରତର ରାଜ୍ୟ ଗୁଡିକର ରାଜନୀତି ସେମାନେ ପ୍ରସ୍ତୁତ କରିଥିବା ରାସ୍ତାରେ ଚାଲିଥାଏ। ଦିଲ୍ଲୀର ରାଜନୀତି ଦକ୍ଷିଣ ଭାରତର ରାଜ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦକ୍ଷିଣ ଭାରତର ରାଜନୀତି ଦିଲ୍ଳୀ ରାଜନୀତିକୁ ପ୍ରଭାବିତ କରିଥାଏ। ବିଗତ ଦଶନ୍ଧି ଦଶନ୍ଧି ଧରି ଦକ୍ଷିଣ ଭାରତର ପ୍ରତ୍ୟେକ ରାଜ୍ୟରେ ଆଞ୍ଚଳିକ ଦଳ ଓ ସେମାନଙ୍କ ନେତାଙ୍କ ଦବଦବା ରହିଛି। ତାମିଲନାଡ଼ୁରେ କରୁଣାନିଧି ହୁଅନ୍ତୁ କି ଜୟଲଳିତା, ଆନ୍ଧ୍ର ପ୍ରଦେଶରେ ଏନ ଟି ରାମାରାଓ ଓ ତାଙ୍କ ଜାମାତା ଏନ. ଚନ୍ଦ୍ରବାବୁ ନାୟଡ଼ୁ, କର୍ଣ୍ଣାଟକରେ ଏଚ.ଡ଼ି. ଦେବେଗୌଡ଼ା, ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ଭଳି ନେତାମାନେ ଦିଲ୍ଲୀ ରାଜନୀତିକୁ ନିଜ ହିସାବରେ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି।

କିନ୍ତୁ ଚଳିତ ନିର୍ବାଚନରେ ସ୍ଥିତି ସମ୍ପୁର୍ଣ୍ଣ ବଦଳି ଯାଇଛି। ବହୁ ବର୍ଷ ପରେ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ସମଗ୍ର ଦେଶରେ ରହିଛି। ଦେଶର କେଉଁ ଭାଗରେ ଅତି ବେଶୀ ତ କେଉଁ ଭାଗରେ କମ‍୍‌ ରହିଛି। ତେଣୁ ମୋଦିଙ୍କ ଚାରିପଟେ ବୁଲୁଥିବା ଏହି ନେତାମାନଙ୍କ ଭାଗ୍ୟ ଚଳିତ ନିର୍ବାଚନରେ କ୩ଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଶେଷ କରି ଦିଲ୍ଲୀର ଶାସନ କ୍ଷମତା ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯେଉଁମାନେ ଉଛା ପ୍ରକାଶ କରୁଛନ୍ତି ସେମାନଙ୍କ ଅବସ୍ଥା କ’ଣ ହେବ? ଏଥିରେ ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ୭ଜଣ ନେତା ସାମିଲ ହୋଇଛନ୍ତି।

ଇପିଏସ ଓ ଓପିଏସ (ତାମିଲନାଡ଼ୁ)

ତାମିଲନାନୁର ଓ ପନିରସେଲଭମ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଏବେ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ଏଆଇଏଡ଼ିଏମକେର ମୁଖିଆ ମଧ୍ୟ। କିନ୍ତୁ ଇକେ. ପଲାନୀସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଏଆଇଏଡ଼ିଏମକେର ଉପମୁଖିଆ ଦାୟିତ୍ୱରେ ଅଛନ୍ତି। କିନ୍ତୁ ଏହି ଦୁଇ ନେତା ପାର୍ଟିର ସର୍ବମାନ୍ୟ ନେତା ହୋଇପାରିନାହାଁନ୍ତି। ୨୦୧୬ ଡିସେମ୍ୱରରେ ଜୟଲଳିତାଙ୍କ ନିଧନ ପରେ ଏକାଠି ହୋଇ ପାର୍ଟି ସମ୍ଭାଳିବାକୁ ସହିତ ଜୟଲଳିତାଙ୍କ ସହଯୋଗୀ ଶଶିକଳାଙ୍କ ହାତରୁ ଦଳକୁ ମୁକ୍ତ କରିବାକୁ ଏହି ଦୁଇ ନେତାଙ୍କୁ ଛଅ ମାସରୁ ଅଧିକ ସମୟ ଲାଗିଗଲା। ଏହି କାମରେ ଏଆଇଏଡ଼ିଏମକେର ଏହି ଦୁଇ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ସହାୟତା କରିଛନ୍ତି। ତେଣୁ ଏବେ ସେମାନେ ମତଦାତାଙ୍କ ସମର୍ଥନ କିପରି ନେଉଛନ୍ତି ତାହା ଦେଖିବା କଥା।

ସେହି ସମୟରେ ତାମିଲନାଡ଼ୁରେ ଚାଲିଥିବା ନେତୃତ୍ୱ ସଂଘର୍ଷରେ ଏଆଇଏଡ଼ିଏମକେର ୨୧ଜଣ ବିଧାୟକଙ୍କର ସଦସ୍ୟତା ଚାଲିଯାଇଛି। ମନୋନୀତ ସଦସ୍ୟଙ୍କୁ ମିଶାଇ ବିଧାନସଭାରେ ସଭ୍ୟ ସଂଖ୍ୟା ୨୩୫ରୁ ୨୧୪କୁ ହ୍ରାସ ପାଇଥିଲା। ଅଦାଲତଙ୍କ ହସ୍ତକ୍ଷେପ ପରେ ଏହି ସବୁ ଆସନରେ ଉପ ନିର୍ବାଚନ ହୋଇନାହିଁ। ତେଣୁ ମାତ୍ର ୧୧୨ ବିଧାୟକଙ୍କ ସମର୍ଥନରେ ଇପିଏସଙ୍କ ସରକାର ତିଷ୍ଠି ରହିଛି। କିନ୍ତୁ ୧୮ ଏପ୍ରିଲରେ ୧୮ ବିଧାନସଭା ପାଇଁ ( ବାକି ୩ ବିଧାନସଭା ପାଇଁ ଅଦାଳତଙ୍କ ଅନୁମତି ମିଳିନାହିଁ) ଉପ-ନିର୍ବାଚନ ସହିତ ଲୋକସଭା ନିର୍ବାଚନ ହେଉଛି। ଫଳାଫଳ ବାହାରିବା ପରେ ବିଧାନସଭାର ସଭ୍ୟ ସଂଖ୍ୟା ୨୩୨ ହୋଇଯିବ। ଫଳରେ ଇପିଏସ ସରକାର ପାଇଁ ବହୁମତ ସଂଖ୍ୟା ଅତି କମରେ ୧୧୬ ହୋଇଯିବ। ଅର୍ଥାତ୍ ଉପ ନିର୍ବାଚନରେ ଏଆଇଏଡ଼ିଏମକେକୁ ଅତି କମରେ ୬ଟି ବିଧାନସଭା ଆସନରେ ଜିତିବାକୁ ପଡ଼ିବ। ନଚେତ୍ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିଜ ପଦବୀ ହରାଇବାକୁ ବାଧ୍ୟ ହେବେ।

ଉପ-ନିର୍ବାଚନ ଜିତିବା ଏତେ ସହଜ ନୁହେଁ। କାରଣ ଏଆଇଏଡ଼ିଏମକେ ବର୍ତ୍ତମାନ ଜୟଲଳିତାଙ୍କ ଅଦ୍ଭୁତପୂର୍ବ ନେତୃତ୍ୱରୁ ବଞ୍ଚିତ। ଏଆଇଏଡ଼ିଏମକେକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଶଶିକଳାଙ୍କ ପୁତୁରା ଟିଟିବି ଦିନାକରନଙ୍କ ନୂଆ ପାର୍ଟି ଏଏମଏମକେ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି।

ତାମିଲନାଡ଼ୁର ମତଦାତାମାନେ ପ୍ରାୟତଃ ଏକତରଫା ମତଦାନ କରିଥାନ୍ତି। ସେମାନେ ଅଦଳ ବଦଳ ପରମ୍ପରାରେ ବିଶ୍ୱାସ କରନ୍ତି। ଥରେ ଡ଼ିଏମକେ କ୍ଷମତାକୁ ଆସିଲେ ଆର ଥରକୁ ଏଆଇଏଡ଼ିଏମକେ କ୍ଷମତାକୁ ଆସିବ।ଗତ ନିର୍ବାଚନରେ ଏଆଇଏଡ଼ିଏମକେ ଜିତି ଥିବାରୁ ଏଥର ଡ଼ିଏମକେ କ୍ଷମତାକୁ ଆସିପାରେ। କିନ୍ତୁ ନିଏମକେ ମଧ୍ୟ ତାର ନେତା ଏମ କରୁଣାନିଧିଙ୍କୁ ହରାଇସାରିଛି।

ଏଆଇଏଡ଼ିଏମକେର ନେତୃତ୍ୱ ନେଉଥିବା ନେତାମାନେ ପରଦା ପଛରେ ରହି ବିଜେପିକୁ ସହଯୋଗ କରୁଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି- ଏଆଇଏଡ଼ିଏମକେ ନିର୍ବାଚନୀ ମେଣ୍ଟ କରିଛନ୍ତି। ଏଆଇଏଡ଼ିଏମକେ ଦୁଇ ନେତା ଆଶା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସେମାନଙ୍କୁ ନିର୍ବାଚନୀ ସଫଳତା ପ୍ରଦାନ କରିବ।

ତାମିଲ ଲୋକମାନେ ଇବି ରାମାସ୍ୱାମୀ ‘ପରିୟାର’, ଏମଜି ରାମଚନ୍ଦ୍ରନ, ଜୟଲଳିତା, ଏମ. କରୁଣାନିଧିଙ୍କ ଭଳି ନେତୃତ୍ୱରେ ପ୍ରଭାବିତ ହୋଇଥିଲେ। କିନ୍ତୁ ଏହି ନେତାମାନଙ୍କ ଆବିର୍ତ୍ତମାନରେ ରାଜ୍ୟର କୌଣସି ନେତା ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାନୁରେ ଏତେ ଲୋକପ୍ରିୟତା ହାସଲ କରିପାରିନାହାଁନ୍ତି।

ତାମିଲନାନୁର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ କେତେ ସପଳତା ପାଉଛନ୍ତି ଚଳିତ ନିର୍ବାଚନ ପ୍ର୍ରମାଣିତ କରିବ।

ଏଚଡ଼ି. କୁମାରସ୍ୱାମୀ-ୟେଦୁୟୁରପ୍ପା-ସିଦ୍ଧରମେୟା (କର୍ଣ୍ଣାଟକ)

କଣ୍ର୍ରାଟକର ଗତ ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ୧୦୪ ଆସନରେ ବିଜୟ ଲାଭ କରିଛି। ଏହା ପରେ ପାର୍ଟିର ରାଜ୍ୟର ପ୍ରମୁଖ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରପ୍ପାଙ୍କ ସରକାର ଗଠନ ହୋଇପାରିଲା ନାହିଁ। କଂଗ୍ରେସ ୭୮ଟି ଆସନରେ ଜିତି ୨ୟ ସ୍ଥାନରେ ରହି ସରକାର ଗଠନ କରିପାରିନାହିଁ। ୩୭ଟି ଆସନ ଜିତି ତୃତୀୟ ସ୍ତାନରେ ଥିବା ଜେଡ଼ିଏସ ସରକାର ଗଠନ କରିଛି। କଂଗ୍ରେସର ଅଧିକ ଆସନ ଥିଲେ ମଧ୍ୟ ସରକାରରେ ସହଯୋଗୀ ଭୂମିକାରେ ରହିଛି। ତେଣୁ କର୍ଣ୍ଣାଟକରେ ଜେଡ଼ିଏସ-କଂଗ୍ରେସ ସରକାର ଭାଙ୍ଗିଯିବ ଳଗାତର ଖବର ଆସିବାରେ ଲାଗିଛି।

ଏଭଳି ଖବର ପଛରେ କାରଣ ମଧ୍ୟ ରହିଛି। ବିଜେପି ନେତା ୟେଦୁୟୁରପ୍ପା ସରକାର ଗଠନ କରିବା ଆଶା ଛାଡ଼ିନାହାଁନ୍ତି। ତେଣୁ ସେ ମଝିରେ ମଝିରେ ଏଭଳି ଚେଷ୍ଠା ଚଳାଇଛନ୍ତି। ଏଭଳି ଅଭିଯୋଗ ଜେଡ଼ିଏସ ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଅନେକ ଥର କରିଛନ୍ତି।

ଅପରପକ୍ଷରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଅଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ ତାଙ୍କ ବାପା ଏଚଡ଼ି. ଦେବେଗୌଡ଼ାଙ୍କ ସହିତ ସମ୍ପର୍କ ଭଲ ନାହିଁ। ତେଣୁ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସ୍ୱଭାବିକ ନାହିଁ। ସରକାର ପାଞ୍ଚ ବର୍ଷ ଚାଲିବ ବୋଲି କୁମାରସ୍ୱାମୀ ଆଶ୍ୱସ୍ତ ନୁହଁନ୍ତି। ଏପରି ଅବସ୍ଥାରେ ଜେଡ଼ିଏସ-କଂଗ୍ରେସ ସରକାର ୧୧ମାସ ପୂରଣ ଚ଼ରିବା ପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ ବିଜେପିକୁ ୪ମତାରୁ ଦୂରେଇ ରଖିବା। ୨ୟତଃ ଲୋକସଭା ନିର୍ବାଚନରେ ଭଳ ଫାପଳ କରିବା। ଏହି ଆଶା ପୂରଣ ହେଲେ ବା ନ ହେଲେ ଏଚଡ଼ି. କୁମାରସ୍ୱାମୀ-ୟେଦୁୟୁରପ୍ପା-ସିଦ୍ଧରମେୟାଙ୍କ ଭାଗ୍ୟରେ ଅନେକ କିଛି ଘଟିପାରେ।

ଏହା ସହିତ ୩ଟି ତାଜା ତଥ୍ୟକୁ ନଜର ପକାଇବା ଉଚିତ୍। ଦକ୍ଷିଣର କିଛି ରାଜନୀତିକ ବିଶାରଦ ଜେଡ଼ିଏସ-କଂଗ୍ରେସ ମେଣ୍ଟକୁ ଦୁର୍ଭାଗ୍ୟଶାଳୀ ବୋଲି ମତ ଦେଉଛନ୍ତି। ୨ୟତଃ ଚଳିତ ଲୋକସଭା ନିର୍ବାଚନ ପାଇଁ ଜେଡ଼ିଏସ ଚାପ ପକାଇ ରାଜ୍ୟର ୨୮ଟି ଆସନରୁ ୮ଟି ଆସନ ନେଇଛି। କିନ୍ତୁ ବିଡ଼ମ୍ୱନା ବିଷୟ ଯେ ଜେଡ଼ିଏସକୁ ୩ଟି ଆସନରେ ଛିଡ଼ା କରାଇବା ପାଇଁ ପ୍ରାର୍ଥୀ ମିଳୁନାହାଁନ୍ତି। କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ ମେଣ୍ଟ ସରକାର ଥିଲେ ବି ବିଜେପିର ବେଶୀ କିଛି କ୍ଷତି ହେବ ନାହିଁ।

ଚନ୍ଦ୍ରବାବୁ ନାୟଡ଼ୁ-କେ. ଚନ୍ଦ୍ରଶେଖର ରାଓ ( ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନା)

ଏବେ ବିଭାଜିତ ହୋଇଥିବା ତେଲୁଗୁ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା କତା ଆଷଳାଚନା କରାଯାଇପାରେ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗତ ବର୍ଷ ସମୟ ପୁର୍ବରୁ ବିଧାନସଭା ଭଙ୍ଗ କରି ନିଜ ସରକାର ଓ ନେତୃତ୍ୱକୁ ବହୁତ ସୁରକ୍ଷିତ କରିଛନ୍ତି। ଏପରିକି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି। ସେ ବିଜେପି ଓ କଂଗ୍ରେସଠାରୁ ସମ ଦୂରତ୍ୱ ରଖି ସମସ୍ତ ଦଳ ସହିତ ମିଳିମିଶି ଚାଲୁଛନ୍ତି। ସେ ତେଲେଙ୍ଗାନାରେ କଂଗ୍ରେସର ଏଭଳି ସ୍ଥିତି କରିଛନ୍ତି ବିଧାନସଭାରେ ମୁଖ୍ୟ ବିରୋଧି ଦଳର ମର୍ଯ୍ୟାଦା ରହିବ ନାହିଁ। ଚଳିତ ଲୋକସଭା ନିର୍ବାଚନ ଚନ୍ଦ୍ରଶେଖର ରାଓଙ୍କ ପ୍ରତି କୌଣସି ବିପଦ ପକାଇବ ନାହିଁ ବୋଲି ଅନୁମାନ କରାଯାଉଛି। ଅପର ପକ୍ଷରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ବହୁମତ ନ ମିଳିଲେ କେନ୍ଦ୍ରରେ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଦିଲ୍ଲୀ କ୍ଷମତାରେ ନିଜର ୁପସ୍ଥିତିକୁ ମଜଭୂତ କରିବେ।

ଏବେ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାୟଡ଼ୁଙ୍କ ସ୍ଥିତି ସଂକଟରେ ପଡ଼ିଛି। ଗତ ବର୍ଷ ବିଜେପିଠାରୁ ଅଲଗା ହେବା ପରେ କଂଗ୍ରେସ ନେତୃତ୍ୱରେ ଆଞ୍ଚଳିକ ଦଳମାନଙ୍କୁ ଏକତ୍ରିତ କରିବା କାମରେ ନାୟଡ଼ୁ ଲାଗିଥିଲେ। ଏଥିପାଇଁ ତେଲେଙ୍ଗାନା ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟି କଂଗ୍ରେସ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏହି ପଦକ୍ଷେପ ସପଳତା ଦେଇପାରିନାହିଁ। ଫଳରେ ଏବେ ତେଲୁଗୁ ଦେଶମ ପାର୍ଟି ଓ କଂଗ୍ରେସ ଆନ୍ଧ୍ରପ୍ରଦେଶରେ ଅଳଗା ଅଲଗା ନିର୍ବାଚନ ଲଢ଼ୁଛନ୍ତି। ଆନ୍ଧ୍ରରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଏପ୍ରିଲ ୧୧ତାରଖରେ ହେଉଛି।

ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ସବୁ ଦଳର ନିର୍ବାଚନୀ ସଭାରେ ଲୋକଙ୍କ ଭିଡ଼ ହେଉଛି। କିନ୍ତୁ କୌଣସି ଦଳସପକ୍ଷରେ ହାୱା ନାହିଁ। ଟିଡ଼ିପି ମୁଖିଆ ଚନ୍ଦ୍ରବାବୁଙ୍କୁ ସହାୟତା କରିବା ପାଇଁ କିଛି ଆଞ୍ଚଳିକ ଦଳର ନେତାମାନେ ଆନ୍ଧ୍ରପ୍ରଦେଶରେ ପହଞ୍ଚିବାରେ ଲାଗିଲେଣି। କିନ୍ତୁ ଏହା ପରେ ବି ଟିଡ଼ିପି ପୁଣି ବିଜୟ ହେବ କି ନାହିଁ କିଛି କହି ହେବ ନାହିଁ। ବିଭିନ୍ନ ସର୍ଭେ ରିପୋର୍ଟ ଅନୁସାରେ ଚନ୍ଦ୍ରବାବୁଙ୍କ ବିରୋଧି ୱାଇଏସଆର କଂଗ୍ରେସ ନେତା ଜଗନ ଲୋକସଭା ଓ ବିଧାନସଭାରେ ବିଜୟ ହାସଲ କରିବେ। ଯଦି ଏଭଳି ହୁଏ ଚନ୍ଦ୍ରବାବୁଙ୍କ ଦିଲ୍ଲୀ ଦଖଲ ଯୋଜନା କେବଳ ଯୋଜନାରେ ରହିଯିବ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

ଆଜିଠାରୁ ବଦଳିଲା ଟିକସ ସମ୍ପର୍କିତ ଅନେକ ନିୟମ

Leave a Reply

Your email address will not be published.