‘ଭାବିଜୀ ଘରପର ହୈ’ର ସୌମ୍ୟାଙ୍କ ଘରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ହେଲା ପାଉଁଶ

ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ଭାବିଜୀ ଘର୍ ପର୍ ହେ’ର ଗୋରୀ ମେମ୍ ଓରଫ୍ ସୌମ୍ୟା ଟଣ୍ଡନ୍‌ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଥିବା ଖବର ଆସିଛି । ସୋମ୍ୟା ଟ୍ୱିଟ୍ କରି ଏହି ଖବର ଦେବା ସହ କିଛି ଫଟୋ ମଧ୍ୟ ସେୟାର୍ କରିଛନ୍ତି । ଗତ ୨୧ ତାରିଖରେ ଏହି ଫଟୋ ସେୟାର୍ ହୋଇଥିଲା ।

ସୌମ୍ୟା ଟ୍ୱିଟରେ ଲେଖିଛନ୍ତି ଯେ – ‘ଏହି ଘଟଣାରୁ ମୁଁ ଏକ ଲେସନ୍ ଶିଖିଲି । କେବେ ମଧ୍ୟ ଲିକ୍ୱିଡ୍ ମଶା କଏଲକୁ ନିଜ ବେଡ୍ ପାଖରେ ରଖିବା ଉଚିତ୍ ନୁହେଁ । ସ୍ୱିଚ୍ ଓ ପ୍ଲଗ୍ କନେକ୍ସନ୍ କରିବା ସମୟରେ ଧ୍ୟାନ ଦେବା ଉଚିତ୍’ । ଏହି ଅଗ୍ନିକାଣ୍ଡରେ ସୌମ୍ୟାଙ୍କୁ କୌଣସି କ୍ଷତି ହୋଇନଥିଲେ ମଧ୍ୟ ପ୍ରଶଂସକ ସୌମ୍ୟାଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି ।

ନିକଟରେ ସୌମ୍ୟା ମା’ ହେବାର ସୌଭାଗ୍ୟଲାଗ କରିଛନ୍ତି ଏବଂ ସେଥିପାଇଁ ସେ ଶୋ’ରୁ କିଛିଦିନ ବିରତି ନେଇଥିଲେ । ଏବେ ସୌମ୍ୟା ତାଙ୍କ ପୁଅର ନାମକରଣ ପାଇଁ ଏକ ଭଲ ନାଁ ସଜେଷ୍ଟ୍ କରିବା ପାଇଁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ଏହି ଅନୁରୋଧ ପାଇଁ ଏବେ ଅଗଣିତ ମେସେଜ୍ ସୌମ୍ୟାଙ୍କ ପାଖକୁ ଆସୁଛି ।

ପୁଲୱାମା ଆକ୍ରୋଶର ଆକ୍ସନ୍ ନେଲେ ଅଜୟ

ମୋଦିଙ୍କ ମା’ ଭୂମିକାରେ ଜରିନା

Leave a Reply

Your email address will not be published.