ରିଲାୟନ୍ସ କମ୍ପାନୀରେ ସୋନିଆଙ୍କ ପୁଞ୍ଜି

ରାଫେଲ ଯୁଦ୍ଧ ବିମାନ କିଣାରେ ରିଲାୟନ୍ସ କମ୍ପାନୀର ସମ୍ପୃକ୍ତିକୁ ନେଇ କଂଗ୍ରେସ ସରକାରକୁ ଅଡୁଆରେ ପକାଇବା ପାଇଁ ଅପଚେଷ୍ଠା ଚଳାଇଛି। କିନ୍ତୁ ସେହି କମ୍ପାନୀରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପୁଞ୍ଜି ବିନିଯୋଗ ହୋଇଛି। ଏ କଥା ତାଙ୍କର ନିର୍ବାଚନୀ ସତ୍ୟପାଠରୁ ଜଣାପଡ଼ିଛି।

ସୋନିଆ ଗାନ୍ଧୀଙ୍କର ଇଟାଲୀରେ ୨୩ଲକ୍ଷ ୨୦ହଜାର ୧୧୦ଟଙ୍କାର ଟଙ୍କାର ସମ୍ପତ୍ତି ଥିବା ସେ ଦର୍ଶାଇଛନ୍ତି।

ବିଦେଶୀ ଭାଷା ଇଂରାଜୀ ଓ ଫ୍ରେଞ୍ଚ ଭାଷାରେ ତିନି ବର୍ଷିଆ ପାଠ୍ୟକ୍ରମ ଶେଷ କରିଛନ୍ତି ବୋଲି ସୋନିଆ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସୋନିଆ ଗାନ୍ଧୀଙ୍କ ନିର୍ବାଚନୀ ସତ୍ୟପାଠ ଅନୁସାରେ ତାଙ୍କ ପାଖରେ ୬୦ହଜାର ଟଙ୍କାର ନଗଦ ଅର୍ଥ ରହିଛି। ଏହାଛଡ଼ା ୨କୋଟି ୪୦ଲକ୍ଷ ଟଙ୍କାର କମ୍ପାନୀ ଅଂଶଧନ ରହିଛି।

ସୋନିଆଙ୍କ ଏହି ଅଂଶଧନରେ ରିଲାୟନ୍ସ ହାଇବ୍ରିଡ ବଣ୍ଡସରେ ଅଂଶଧନ କିଣି ନିଜର ପୁଞ୍ଜି ବିନିଯୋଗ କରିଛନ୍ତି। ଏଡାଛଡ଼ା ପୋଷ୍ଠାଲ ସେଭିଙ୍ଗସରେ ତାଙ୍କର ୭୨ଲକ୍ଷ ଟଙ୍କା ରହିଛି।

Leave a Reply

Your email address will not be published.