ବିଜେପିକୁ ୨୦୦୪ କଥା ମନେପକାଇ ଦେଲେ ସୋନିଆ

ବର୍ତ୍ତମାନ କ୍ଷମତାରେ ଅନ୍ଧ ହୋଇଯାଇଥିବା ବିଜେପି ନେତାମାନଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ବିଜେପି ନେତାମାନଙ୍କୁ ୨୦୦୪ ମସିହାର ନିର୍ବାଚନ ଫଳାଫଳ ମନେପକାଇ ଦେଇଛନ୍ତି।

ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତରପ୍ରଦେଶର ରାଏବରେଲିରେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ପୁତ୍ର ରାହୁଲ ଗାନ୍ଧି ଓ କନ୍ୟା ତଥା ପୂର୍ବାଞ୍ଚଳ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ । ମନୋନୟନପତ୍ର ଦାଖଲ ପୂର୍ବରୁ ଗଣମାଧ୍ୟମକୁ ସୋନିଆ କହିଛନ୍ତି ଯେ ଯେଉଁମାନେ ମୋଦି ଅଜେୟ ବୋଲି କହୁଛନ୍ତି ସେମାନେ ୨୦୦୪ରେ ବାଜପେୟୀଙ୍କର କେଉଁ ଅବସ୍ଥା ହୋଇଥିଲା ତାହାକୁ ଭୁଲିବା ଉଚିତ ନୁହେଁ ।

ଏହା ପୂର୍ବରୁ ଗାନ୍ଧି ପରିବାର ଏକ ସ୍ୱତନ୍ତ୍ର ପୂଜାରେ ଯୋଗ ଦେଇଥିଲେ । ମନୋନୟନ ପତ୍ର ଦାଖଲ ପରେ ପ୍ରିୟଙ୍କା ଗାନ୍ଧି ଟ୍ଵିଟ କରି ଲେଖିଛନ୍ତି ଯେ ରାଏବରେଲୀ ଜନତାଙ୍କ ପ୍ରତି ମୋ ମା’ଙ୍କର ଯେଉଁ ଶ୍ରଦ୍ଧା ରହିଛି ସେଥିରୁ ଅନ୍ୟ ରାଜନେତାମାନେ ଶିଖିବା ଉଚିତ। ରାଜନୀତିର ଲକ୍ଷ୍ୟ ହେଉଛି ଜନସେବା ଓ ସମର୍ପଣ। ଯାହାକୁ ଏହି ସୁଯୋଗ ମିଳେ ସେ ଜନତାଙ୍କ ପ୍ରତି କୃତଜ୍ଞ ରହିବା ଆବଶ୍ୟକ ସୂଚନାଯୋଗ୍ୟ
ଯେ ପ୍ରଧାନମନ୍ତ୍ରୀଭାବେ ଅଟଳବିହାରୀ ବାଜପେୟୀଙ୍କର ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ ୨୦୦୪ରେ ଏନଡିଏ ଲୋକସଭା ନିର୍ବାଚନ ହାରିଯାଇଥିଲା ।

Leave a Reply

Your email address will not be published.