‘ଜିମି ଜିମି’ ଗୀତରେ ଡ୍ୟାନ୍ସ କଲେ ସୋନମ୍, ପତି ଆନନ୍ଦ ସେୟାର୍ କଲେ ଭିଡିଓ

ଆନନ୍ଦ ଆହୁଜାଙ୍କ ସହିତ ବିବାହ ପରଠାରୁ ସୋମନ୍ ନିଜ ଲାଇଫ୍ରେ ମସ୍ତ୍ ଅଛନ୍ତି । ପ୍ରତିଦିନ ଏହି ଲଭବାର୍ଡ଼ଙ୍କର କିଛି ନା କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ ହୋଇଆସୁଛି । ଏବେ ଏହି ଧାରାରେ ସୋନମଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ଏହାକୁ ସେୟାର୍ କରିଛନ୍ତି ଆନନ୍ଦ ଆହୁଜା । ଇନଷ୍ଟାଗ୍ରାମରେ ସେୟାର୍ ହୋଇଥିବା ଏହି ଭିଡିଓରେ ସୋନମ୍ ଏକ କ୍ଲବରେ ‘ଜିମି ଜିମି…’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଏଥିରେ ସୋନମ୍ ଧଳା ରଙ୍ଗର ଲୁଜ୍ ଟପ୍ ଓ କଳା ରଙ୍ଗର ଲୁଜ୍ ବଟମ୍ ପିନ୍ଧିଛନ୍ତି । ୨୦୧୮ରେ ସୋନମ୍ ଓ ଆନନ୍ଦ ବିବାହ କରିଥିଲେ ଏବଂ ଆଗାମୀ ଦିନରେ ଏହି ରୋମାଣ୍ଟିକ୍ ଯୋଡ଼ି ଫାଷ୍ଟ୍ ଆନିଭର୍ସରୀ ସେଲିବ୍ରେଟ୍ କରିବେ । ଏଥିପାଇଁ ସୋନମ୍ ଓ ଆନନ୍ଦ ଉତ୍ସାହିତ ଜଣାପଡ଼ୁଛନ୍ତି ।

Leave a Reply

Your email address will not be published.