ନିରଞ୍ଜନ ନୁହନ୍ତି, ତାଙ୍କ ପୁଅ ପ୍ରକୃତ ପିସିିସି ସଭାପତି : ସୋନାଲି

କଂଗ୍ରେସରୁ ଇସ୍ତଫା ଦେଲେ ସୋନାଲି

ଆଜିଠାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମଧ୍ୟ ପୁଣି ଜଣେ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଆଜି ଠାରୁ ନିର୍ବାଚନ ଆରମ୍ଭ ହେଉଥିବା ବେଳେ ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଥିବାର ଦେଖିବାକୁ ମିଳୁଛି | ଆଜି ସୋନାଲି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଦଳୀୟ ନେତୃତ୍ୱର ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ନିରଞ୍ଜନ ପଟ୍ଟନାୟକ ନୁହନ୍ତି, ତାଙ୍କ ପୁଅ ହିଁ ପ୍ରକୃତ ପିସିସି ସଭାପତି। କଂଗ୍ରେସରୁ ଇସ୍ତଫା ଦେବା ପରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି  ସୋନାଲି ସାହୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିରଞ୍ଜନଙ୍କ ପୁଅ ପାଖରେ ମୁଣ୍ଡ ନୋଇଁଲେ ସବୁ ସୁବିଧା ମିଳେ।  ତେବେ ସ୍ୱାଭିମାନ ଥିବା ଲୋକ ସେ କାମ କରିବେ ନାହିଁ।  ମହିଳା କଂଗ୍ରେସ ସଭାନେତ୍ରୀ ପାଇଁ ମୁଁ ଦାବିଦାର ଥିଲି, ତେବେ କିଛି ମିଳିଲାନି।  ଟିକେଟ ବଣ୍ଟନରେ ନିରଞ୍ଜନ ଯେତିକି ଦାୟୀ, ନରସିଂହ ମିଶ୍ର ମଧ୍ୟ ସେତିକି ଦାୟୀ ବୋଲି ସୋନାଲି କହିଛନ୍ତି।

ପ୍ରକାଶ ଯେ,  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି। ତାକୁ ତାଳଦେଇ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ  ନେତା ଓ ନେତ୍ରୀଙ୍କ ଦଳ ଛାଡ଼ିବା ପ୍ରକି୍ରୟା ମଧ୍ୟ ଜାରି ରହିଛି। ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ମୁଖପାତ୍ର ସୋନାଲି ସାହୁ।  ସେ ନିଜ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ସୋନାଲି ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିଲେ।

Leave a Reply

Your email address will not be published. Required fields are marked *