କରୋନା-‘କର୍ଫ୍ୟୁ’ରେ କିସ୍!
ମୁମ୍ବାଇ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ ଥରହର। ସମସ୍ତେ ସତର୍କ ରହିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଆପଣାଉଛନ୍ତି। ଏହିକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ନିଜକୁ ଆଇସୋଲେଟ୍ କରିଛନ୍ତି ଏବଂ ଆଉ କେତେକ ନିଜ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ ସମୟ ବିତାଉଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ବନ୍ଧୁଙ୍କୁ ଆଲିଙ୍ଗନ କରିବା ଓ ପରସ୍ପର ଚୁମ୍ବନ ଦେବାକୁ କେହି ଭାବି ହିଁ ପାରିବନାହିଁ। ତେବେ ସେଭଳି ଘଟିଛି ଜଣେ ସେଲିବ୍ରିଟିଙ୍କ କ୍ଷେତ୍ରରେ। ସେ ନିଜେ ସେଭଳି ଫଟୋ ପୋଷ୍ଟ୍ କରି ନିଜ ପ୍ରଶଂସକଙ୍କ ଟାର୍ଗେଟ୍ ପାଲଟି ଯାଇଛନ୍ତି।
ସୂଚନା ଅନୁସାରେ ଗତ ସପ୍ତାହେ ହେଲା ସୋନାଲି ବେନ୍ଦ୍ରେ ଘରୁ ବାହାରି ନାହାନ୍ତି। ସେ ଏନେଇ ସୋସିଆଲ ମିଡିଆରେ ଜଣାଇଥିଲେ। ଘରେ ଅଧିକାଂଶ ସମୟ ନେଟ୍ ସର୍ଫିଂ କରୁଥିବା ଦର୍ଶାଇଥିବାବେଳେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଛନ୍ତି। ତେବେ ସେଥିରେ ସୋନାଲିଙ୍କ ବନ୍ଧୁ ଗାୟତ୍ରୀ ଓବେରୟ ମଧ୍ୟ ନଜର ଆସିଛନ୍ତି। ତେବେ ସୋନାଲି ସେଭଳି ଏକ ଫଟୋ ପୋଷ୍ଟ କରି ଟ୍ରୋଲରଙ୍କ ଟାର୍ଗେଟ୍ ହୋଇଛନ୍ତି। କାରଣ ଫଟୋରେ ସୋନାଲିଙ୍କୁ ଗାୟତ୍ରୀ କିସ୍ କରୁଛନ୍ତି।
ଫଳରେ ସୋନାଲିଙ୍କ ଫ୍ୟାନମାନେ କହିଛନ୍ତି ଯେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବା ଦେଖି ସୋନାଲିଙ୍କୁ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ୍। ସେ ମାସ୍କ ପିନ୍ଧିବା ଉଚିତ୍। କିନ୍ତୁ ଅନ୍ୟଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଥିବା ସୋନାଲି ନିଜେ ତାହା ପାଳନ କରୁନାହାନ୍ତି ବୋଲି ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି।