ନିରାଶ କଲେ ସୋନାକ୍ଷୀ

ଦବଙ୍ଗଗାର୍ଲ ସୋନାକ୍ଷୀ ଏବେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି ବୋଲି ଖବର ଆସିଛି । ଏଭଳି ଏକ ଖବର ପଛର କାରଣ ହେଉଛି ସୋନାଙ୍କ ଲୁକ୍ । ପକୃତ ଖବର ହେଉଛି ‘ଦବଙ୍ଗ’ ଫ୍ରାଞ୍ଚାଇଜର ଆଗାମୀ ସଂସ୍କରଣ ‘ଦବଙ୍ଗ ୩’ ପାଇଁ ସୋନାଙ୍କ ଲୁକ୍ ସାମନାକୁ ଆସିଛି । ଏହି ନୂଆ ଲୁକ ଦେଖିବା ପରେ ପ୍ରଶଂସକ ନିରାଶ ହୋଇଛନ୍ତି । କାରଣ ସୋନାଙ୍କ ଲୁକରେ କୌଣସି ନୂତନତା ନାହିଁ । ସେ ପୂର୍ବ ଦୁଇଟି ଫିଲ୍ମ ଭଳି ଶାଢ଼ି ପିନ୍ଧିଛନ୍ତି ଓ ଗଜରା ଲଗାଇଛନ୍ତି । ଏହି ଲୁକକୁ ସିନେ ମହଲରେ ନାଁ ଦିଆଯାଇଛି ରଜୋ ଲୁକ୍ । ଏହି ରଜୋ ଲୁକ୍ ସମ୍ପର୍କରେ ପ୍ରଶଂସକ ଅନେକ ପ୍ରକାର ଟିପ୍ପଣି ଦେଇଛନ୍ତି ।

ଅନେକଜଣ ସୋସିଆଲ୍ ମିଡିଆ ୟୁଜର୍ସ ଏହାକୁ ଓଲଡ୍ ଫ୍ୟାଶନ୍ କହୁଥିବାବେଳେ ଆଉ କେତେଜଣ ସୋନାଙ୍କୁ ଫ୍ଲପ୍ ବୋଲି କହିବାକୁ ପଛାଇ ନାହାନ୍ତି । ହାତ ଗଣତିରେ କିଛି ସିନେପ୍ରେମୀ ସୋନାଙ୍କ ଲୁକକୁ ପ୍ରଶଂସା କରିଛନ୍ତି । ସଲ୍ଲୁ ଓ ସୋନାଙ୍କ ଯୋଡ଼ି ପୁଣିଥରେ ସୁପରହିଟ୍ ହେବ ଏବଂ ଫିଲ୍ମର ବକ୍ସଅଫିସ୍ କଲେକସନ୍ ପୂର୍ବ ଦୁଇଟି ଫିଲ୍ମ ଭଳି ଜବରଦସ୍ତ ହେବ ବୋଲି ଫିଲ୍ମଟିମ୍ ଆଶା କରୁଛନ୍ତି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏବଂ ସଲମାନ୍ ଓ ଅରବାଜଙ୍କ ପ୍ରଯୋଜିତ ଏହି ଫିଲ୍ମର ସୁଟିଂ ଜୋରସୋରରେ ଆଗେଇ ଚାଲିଛି ଏବଂ ଏହା ଆସନ୍ତା ଡିସେମ୍ବର ୨୦ ତାରିଖରେ ସିନେମାଘରକୁ ଆସିବ ।

Leave a Reply

Your email address will not be published.