୨୦୨୨ ସୁଦ୍ଧା ଭାରତର ୧୦୦ ଗିଗାୱାଟ୍ ସୌରଶକ୍ତି ଉତ୍ପାଦନ ସ୍ୱପ୍ନ ପୂରଣ ହେବ

ଭୁବନେଶ୍ୱର, (ଓଟି): ୨୦୨୨ ସୁଦ୍ଧା ବହୁ ପ୍ରତିକ୍ଷିତ ୧୦୦ ଗିଗାୱାଟ୍ର ସୌରଶକ୍ତି ଉତ୍ପାଦନ କରିବା ଦିଗରେ ଭାରତ ଲକ୍ଷ୍ୟ ରଖିଛି । ଏହି ସୂଚନା ଦେଇଛନ୍ତି ସୋଲାର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜତୀନ୍ଦ୍ରନାଥ ସ୍ୱାଇଁ ।


ଯେତେବେଳେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ୧୦୦ ଗିଗାୱାଟ ସୋ÷ରଶକ୍ତି ଉତ୍ପାଦନ କରିପାରିବ କି ନାହିଁ ବୋଲି ଜାଣିବାକୁ ଚାହିଁଥିଲେ ସେତେବେଳେ ଏହାକୁ ଅନେକ ବିଶ୍ୱାସ କରିପାରି ନଥିଲେ । କାରଣ ସେତେବେଳେ ଦେଶରେ ୨.୮ ଗିଗାୱାଟ ଉତ୍ପାଦନ ଶକ୍ତି ଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ଜାତୀୟ କର୍ମଶାଳା ‘ଏନର୍ଜୀ ଚ୍ୟାଲେଞ୍ଜେସ୍ ଆଣ୍ଡ ପ୍ରମିସେସ୍’ ଶୀର୍ଷକ ଆଲୋଚନାଚକ୍ରରେ ଏହା କହିଛନ୍ତି ଶ୍ରୀ ସ୍ୱାଇଁ ।


ଯଦିଓ ଫୋଟୋଭୋଲ୍ଟାଇକ ସେଲ୍ ୧୮୩୯ ମସିହାରେ ଆବିଷ୍କାର ହୋଇଥିଲା, କିନ୍ତୁ ଏହାର ପ୍ରଥମ ବ୍ୟବସାୟିକ ବ୍ୟବହାର ୧୯୫୮ ମସିହାରେହିଁ କରାଯାଇଥଲା । ତଥାପି ଆମେ ଏହାର ବହୁଳ ବ୍ୟବହାର କରିପାରୁ ନଥିଲେ । ଏହାର ପ୍ରଧାନ କାରଣ ହେଲା ଅଶୋଧିତ ତୈଳର କମ୍‍ ଦର । ଏହି ଦର ୧୯୭୦ ମସିହାରେ ନାଟକୀୟ ଢଙ୍ଗରେ ବୃଦ୍ଧି ପାଇବା ଫଳରେ ବୈଜ୍ଞାନିକମାନେ ସୋ÷ରଶକ୍ତି ଦିଗରେ ଅଧିକ ଚିନ୍ତା କରୁଛନ୍ତି । ଅପରପକ୍ଷେ ଅତୀତରେ ସୌର ବିଦ୍ୟୁତ୍ ଦର୍ ମଧ୍ୟ ଖୁବ୍ ଅଧିକ ଅର୍ଥାତ୍ ୟୁନିଟ୍ ପିଛା ୮ ଟଙ୍କା ଥିଲା । ଏବେ ସୌର ବିଜୁଳି ଦର କମିବା ଯୋଗୁଁ ବିଦ୍ୟୁତ ବିତରକ କମ୍ପାନୀଗୁଡ଼ିକ ଏହାକୁ ଖୁବ୍ ଭଲ ଭାବେ ଗ୍ରହଣ କରୁଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।


ସୋ÷ର କ୍ଷମତାକୁ ବଢ଼ାଇବା ପାଇଁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମୋଡ୍ରେ କାର୍ଯ୍ୟ କରିବା ଉଦ୍ୟମ ଆରମ୍ଭ ହୋଇଥିଲା । ଏହାଦ୍ୱାରା ଅନେକ ଘରୋଇ ଅନୁଷ୍ଠାନ ଆଗଭର ହୋଇଥିଲେ । ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଲଦାଖ ସମେତ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ଅଧିକ ମଧ୍ୟ ରହିଛି । ତେବେ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ବଡ଼ ବଡ଼ ପ୍ଲଟ୍ରେ ସୋଲାର ପ୍ଳାଣ୍ଟ ସ୍ଥାପନ କରାଯାଉଛି । ତେବେ ଉତ୍ତରପ୍ରଦେଶ, ଝାଡଖଣ୍ଡ, ବିହାର, ଓଡ଼ିଶା ଏବଂ ଛତିଶଗଡ଼ ଭଳି ରାଜ୍ୟରେ ସୋ÷ରଶକ୍ତି ଉତ୍ପାଦନ ନେଇ ଅଧିକ ପୁଞ୍ଜି ନିବେଶ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଏହି କର୍ମଶାଳା ଇଣ୍ଡିଆନ୍ ଏନର୍ଜି କଂଗ୍ରେସ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ସୋଆ ଏବଂ ନ୍ୟାସ୍ନାଲ୍ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ବ୍ରହ୍ମପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଆଇଇସିର ସଭାପତି ପ୍ରଭାକର ସ୍ୱାଇଁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କର ୭୦ ଭାଗର ପ୍ରମୁଖ ସଚିବ ଏବଂ ଓଡ଼ିଶା ହାଇଡ୍ରୋପାୱାର କର୍ପୋରେସନ୍ର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ପ୍ରଫେସର ସି.ଆର୍. ତ୍ରିପାଠୀ, ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟର ଡିନ୍ ପ୍ରଫେସର ପି.କେ. ନନ୍ଦ, ଆଇଇସିର ସାଧାରଣ ସମ୍ପାଦକ ପି.କେ. ପାଢ଼ୀ ଏବଂ ସମ୍ପାଦକ ଏସ୍.କେ. ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ ।


ଶ୍ରୀ ସେଠୀ କହିଥିଲେ ଶକ୍ତି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ଯାହାକି ରାଜ୍ୟର ଅର୍ଥନୀତି ପାଇଁ ବିପଜ୍ଜନକ ଥିଲା । ତେଣୁ ବିଦ୍ୟୁତଶକ୍ତି ଉତ୍ପାଦନ କ୍ଷେତ୍ରରେ ସୋ÷ର ଏବଂ ଅନ୍ୟ ଦିଗ ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି ।


ରାଜ୍ୟ ସରକାର ଶତ ପ୍ରତିଶତ ଘରକୁ ୨୪ ଘଣ୍ଟା ବିଦ୍ୟୁତଶକ୍ତି ଯୋଗାଇବା ସହ ଥର୍ମାଲ୍ ୟୁନିଟ୍ରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ହେଉଥିବା କାର୍ବନ୍ ଏମିସନକୁ କମାଇବା ଦିଗରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି ।

Leave a Reply

Your email address will not be published. Required fields are marked *