ନକ୍ସଲ ବିରୋଧୀ ତାଲିମ୍ ଦେଉଥିଲେ, ଗ୍ରେନେଡ୍ ଫୁଟିଲା; ହାବିଲଦାର ମୃତ
ଭୁବନେଶ୍ଵର, (ଓଟି): ଓଡ଼ିଶା ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ପାଇଁ ଏକ ଅଭାବନୀୟ ଘଟଣା ଆଜି ଘଟିଛି। କ୍ୟାଡେଟ୍ଙ୍କୁ ତାଲିମ୍ ଦେଉଥିବା ହାବିଲ୍ଦାରଙ୍କ ହଠାତ ଗ୍ରେନେଡ୍ ଫୁଟିବା ହେତୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ହାବିଲ୍ଦାରଙ୍କ ନାଁ ହେଉଛି ପ୍ରକାଶଚନ୍ଦ୍ର ସାହୁ। ସେ ଚନ୍ଦକାସ୍ଥିତ ଏସ୍ଓଜି ଟେଅନିଂ ସେଣ୍ଟରରେ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ।
ଚନ୍ଦକାସ୍ଥିତ ପ୍ରତିଷ୍ଠାନରେ ନିୟମିତ ଟ୍ରେନିଂ କ୍ରମରେ ଆଜି ଶ୍ରୀ ସାହୁ କ୍ୟାଡେଟ୍ମାନଙ୍କୁ anti extremist and tactics course ପଢ଼ାଉଥିଲେ। କିନ୍ତ ୁ ଆକସ୍ମକ ଭାବେ ଗ୍ରେନେଡ୍ ଫୁଟିଯାଇଥିଲା। ଏଥିରେ ଶ୍ରୀ ସାହୁଙ୍କ ସମେତ ଦୁଇଜଣ ଛାତ୍ର ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ନିଟକସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।