ଏନ୍ଆଇଆର୍‌ଏଫ୍‌ ର‌୍ୟାଙ୍କିଙ୍ଗ୍ : ସୋଆ’ ପୁଣି ରାଜ୍ୟରେ ୧ ନମ୍ବର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, (ଓଟି): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ । ୨୦୧୯ ନିମନ୍ତେ ଅନୁଷ୍ଠିତ ହୋଇଥିବା ନ୍ୟାସ୍ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱର୍କ ( ଏନ୍‌ଆଇଆର୍‌ଏଫ୍‌) ଦ୍ୱାରା ହୋଇଥିବା ବିଶ୍ଵବିଦ୍ୟାଳୟ ସର୍ବେକ୍ଷଣ ରିପୋର୍ଟରେ ଏହା ଦର୍ଶାଯାଇଛି। ସାରା ଭାରତରେଏହି ବିଶ୍ୱବିଦ୍ୟାଳୟକୁ ୨୪ ତମ ସ୍ଥାନ ମିଳିଛି । ଗତବର୍ଷ ଭଳି ସୋଆ ଚଳିତ ବର୍ଷ ମଧ୍ୟ ୨୪ତମ ସ୍ଥାନ ବଜାୟ ରଖିଛି ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ନୂଆଦିଲ୍ଲୀ ଠାରେ ୨୦୧୯ ର‌୍ୟାଙ୍କିଙ୍ଗର ଘୋଷଣା କରାଯାଇଛି । ଏଥିପାଇଁ ଉଦ୍ଦିଷ୍ଟ ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉନ୍ମୋଚନ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୨୪ତମ ସ୍ଥାନରେ ରହିଥିବା ବେଳେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମଗ୍ର ଶିକ୍ଷାନୁଷ୍ଠାନ କ୍ୟାଟେଗୋରୀରେ ୪୧ତମ ସ୍ଥାନରେ ରହିଛି । ଏହା ଛଡା ସୋଆ ସମଗ୍ର ପୂର୍ବାଂଚଳରେ ଶ୍ରେଷ୍ଠତମ ଡିମ୍ଡ ଟୁ ବି ୟୁନିଭର୍ସିଟି ଭାବେ ସ୍ଥାନ ପାଇଛି ।
୨୦୦୭ରେ ୟୁଜିସି ଦ୍ୱାରା ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି ମାନ୍ୟତା ପାଇଥିବା ବେଳେ ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ୨୦୧୬ ଠାରୁ ଲଗାତାର ୪ ବର୍ଷ ଧରି ଓଡ଼ିଶାରେ ଏକ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଆସୁଛି । ୨୦୧୮ରେ ସୋଆ ୪୯.୫୯ ସ୍କୋର ହାସଲ କରିଥିବା ବେଳେ ଚଳିତବର୍ଷ ୫୦.୩୧ ସ୍କୋର ହାସଲ କରିଛି ।
ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନ ଅଧିକାର କରିଛି । ସାରା ଭାରତରେ ୨୧ତମ ସ୍ଥାନ ଅଧିକାର କରିଥିବା ବେଳେ ପୂର୍ବାଂଚଳରେ ମଧ୍ୟ ଏହା ପ୍ରଥମ ସ୍ଥାନ ଲାଭ କରିଛି ।
ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍ରେ ପ୍ରବେଶ କରିଥିବା ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ସାରା ଦେଶରେ ୩୨ତମ ସ୍ଥାନ ହାସଲ କରିଛି । ଏକ ପ୍ରାଇଭେଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଇଞ୍ଜିନିୟରିଂ କଲେଜ ଭାବେ ଆଇଟିଇଆର୍ ପୂର୍ବାଂଚଳରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ନୂଆଦିଲ୍ଲୀ ଠାରେ ୨୦୧୯ ର‌୍ୟାଙ୍କିଙ୍ଗର ଘୋଷଣା କରାଯାଇଛି ।
ଏନ୍ଆଇଆର୍ଏଫ୍ ପକ୍ଷରୁ ପରିଚାଳିତ ଏହି ର‌୍ୟାଙ୍କିଙ୍ଗ୍ର ଉନ୍ମୋଚନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୨୪ତମ ସ୍ଥାନରେ ରହିଥିବା ବେଳେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମଗ୍ର ଶିକ୍ଷାନୁଷ୍ଠାନ କ୍ୟାଟେଗୋରୀରେ ୪୧ତମ ସ୍ଥାନରେ ରହିଛି । ଏହା ଛଡା ସୋଆ ସମଗ୍ର ପୂର୍ବାଂଚଳରେ ଶ୍ରେଷ୍ଠତମ ଡିମ୍ଡ ଟୁ ବି ୟୁନିଭର୍ସିଟି ଭାବେ ସ୍ଥାନ ପାଇଛି ।
୨୦୦୭ରେ ୟୁଜିସି ଦ୍ୱାରା ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି ମାନ୍ୟତା ପାଇଥିବା ବେଳେ ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍ରେ ୨୦୧୬ ଠାରୁ ଲଗାତାର ୪ ବର୍ଷ ଧରି ଓଡ଼ିଶାରେ ଏକ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଆସୁଛି । ୨୦୧୮ରେ ସୋଆ ୪୯.୫୯ ସ୍କୋର ହାସଲ କରିଥିବା ବେଳେ ଚଳିତବର୍ଷ ୫୦.୩୧ ସ୍କୋର ହାସଲ କରିଛି ।
ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନ ଅଧିକାର କରିଛି । ସାରା ଭାରତରେ ୨୧ତମ ସ୍ଥାନ ଅଧିକାର କରିଥିବା ବେଳେ ପୂର୍ବାଂଚଳରେ ମଧ୍ୟ ଏହା ପ୍ରଥମ ସ୍ଥାନ ଲାଭ କରିଛି ।
ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍ରେ ପ୍ରବେଶ କରିଥିବା ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ସାରା ଦେଶରେ ୩୨ତମ ସ୍ଥାନ ହାସଲ କରିଛି । ଏକ ପ୍ରାଇଭେଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଇଞ୍ଜିନିୟରିଂ କଲେଜ ଭାବେ ଆଇଟିଇଆର୍ ପୂର୍ବାଂଚଳରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି ।

Leave a Reply

Your email address will not be published.