ନେପାଳର ତ୍ରିଭୁବନ ବିଶ୍ଵବିଦ୍ୟାଳୟ ସହ ଗବେଷଣା କରିପାରିବେ ସୋଆ ଛାତ୍ରଛାତ୍ରୀ ଓ ଅଧ୍ୟାପକ

ଭୁବନେଶ୍ୱର, (ଓଟିି): ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ବିନିମୟ, ଅଧ୍ୟାପକ-ଅଧ୍ୟାପିକା ବିନିମୟ, ମିଳତ ଗବେଷଣା, ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ଆୟୋଜନ ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଏବଂ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଭିତରେ ବୁଝାମଣା ହୋଇଛି । ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି ।
ତ୍ରିଭୁବନ ବିଶ୍ୱବିଦ୍ୟାଳୟ ହେଉଛି ନେପାଳର ବୃହତମ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ସେଠାରେ ପ୍ରାୟ ଦେଢ଼ ଲକ୍ଷ ବିଦ୍ୟାର୍ଥୀ ଅଧ୍ୟୟନରତ । ସେହିପରି ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ତ୍ରିଭୁବନ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ସମ୍ପର୍କ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଭୁପ ପ୍ରସାଦ ଧମାଲା ଏ ବାବଦରେ ସୂଚନା ଦେବା ସହ ସୋଆର ପ୍ରଶଂସା କରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ସୋଆ ଉଭୟ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଥିବା ପ୍ରଫେସର ଧମାଲା କହିଥିଲେ ।

Leave a Reply

Your email address will not be published.