ରାହୁଲଙ୍କୁ କେରଳର ୱେନାର୍ଡରୁ ମୁକାବିଲ୍ଲା କରିବେ ସ୍ମୃତି

ଭାରତର ଯେ କୌଣସି ନିର୍ବାଚନ ମଣ୍ଡଳୀରେ ରାହୁଲ ଗାନ୍ଧୀ ଛିଡାହେଲେ ବି ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କର ମୁକାବିଲ୍ଲା କରିବେ। ସେ ଆମେଥି ହେଉକି କେରଳର ୱେନାର୍ଡ ହେଉ ସେଠି ମଧ୍ୟ ଲଢ଼ିବାକୁ ସ୍ମୃତି ଇରାନୀ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ଫଳରେ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀରେ ବାନ୍ଧି ହୋଇ ଅନ୍ୟ ଆଡେ ଅଧିକ ପ୍ରଚାର କରିପାରିବେ ନାହିଁ ବୋଲି ବିଜେପି ରଣନୀତି ପ୍ରସ୍ତୁତ କରିଛି।

ରାହୁଲ ଗାନ୍ଧି କେରଳର ୱେନାର୍ଡ ଲୋକସଭା ଆସନରୁ ଛିଡା ହେବା ଏକ ରକମ ନିଶ୍ଚିତ ହୋଇଯାଇଛି । ଏ ସଂପର୍କରେ କଂଗ୍ରେସ ଦଳ ପକ୍ଷରୁ ସଂକେତ ଦିଆଯାଇଛି ଯେ ସେ ଆମେଥି ଓ ୱେନାର୍ଡରୁ ଲଢିବେ । ଏହାକୁ ନେଇ ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ଡରୁଆ ଓ ପଳାତକ ବୋଲି ଟ୍ବିଟ କରିଛନ୍ତି । ହାରିବା ଭୟରେ ରାହୁଲ ଆମେଥି ସହିତ ଆଉ ଏକ ଆସନରେ ଲଢୁଥିବା ଇରାନୀ କହିଛନ୍ତି । କିନ୍ତୁ ୱେନାର୍ଡରେ ମଧ୍ୟ ରାହୁଲଙ୍କୁ କଡା ଟକ୍କର ଦେବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ ସ୍ମୃତି ଇରାନୀ ମଧ୍ୟ ଆମେଥି ସହିତ ୱେନାର୍ଡ ଆସନରୁ ଲଢିପାରନ୍ତି । ପୂର୍ବରୁ ଏହି ଆସନରେ ବିଜେପିର ସହଯୋଗୀ ଦଳ ବିଡିଜେଏସର ପ୍ରାର୍ଥୀ ଆଣ୍ଟୋ ଅଗଷ୍ଟାଇନଙ୍କୁ ଦିଆଯାଇଥିଲା । ଏବେ ରାହୁଲ ଗାନ୍ଧି ଏଠାରୁ ଲଢିବା ସ୍ଥିର ହୋଇଥିବାରୁ ଏହି ଆସନରୁ ଅଗଷ୍ଟାଇନଙ୍କୁ ବଦଳାଇ ଇରାନୀଙ୍କୁ ଛିଡା କରାଯିବ, ଯେପରିକି ଏଠାରେ କଡ଼ା ଟକ୍କର ହୋଇପାରିବ ।

Leave a Reply

Your email address will not be published.