ଘରେ ବସିବ ସ୍ମାର୍ଟ ମିଟର, ଗ୍ରାହକ ବାଛିବେ ବିଜୁଳି କମ୍ପାନୀ
ଭୁବନେଶ୍ଵର, (ଓଟି): ଏଣିକି ମୋବାଇଲ୍ ଫୋନ୍ ପରି ବିଜୁଳି ଖର୍ଚ ପାଇଁ ମଧ୍ୟ ପ୍ରିପେଡ୍ ବ୍ୟବସ୍ଥା ଆପଣାଯିବ। ଏଥିଲାଗି ଗ୍ରାହକ ନିଜ ଅନୁସାରେ ବିଜୁଳି କମ୍ପାନୀ ବାଛିାବେ। ଆସନ୍ତା ତିନିବର୍ଷ ଭିତରେ ସାରା ଦେଶରେ ଏହା ଲାଗୁ ହେବ। ଏଥିଲାଗି କେନ୍ଦ୍ର ବଜେଟ୍ରେ ବ୍ୟବସ୍ଥା କରାଯାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ମାଟ; ମିଟର ବ୍ୟବସ୍ଥା ଲାଗୁ ହେବ। ଆସନ୍ତା ୩ ବର୍ଷ ଭିତରେ, ଏବେ ବ୍ୟବହାର ହେଉଥିବା ପାରମ୍ପରିକ ମିଟରକୁ ବଦଳାଇବାକୁ ହେବ। ପ୍ରତି ଘରେ ସ୍ମାର୍ଟ ମିଟର ବ୍ୟବସ୍ଥା ଯୋଗାଇ ଦିଆଯିବ। ଲୋକେ ସେମାନଙ୍କ ଅବାଶ୍ୟକତା ଅନୁସାରେ ବିଜୁଳି ପୂର୍ବରୁ ପଇସା ଜମା କରି କିଣିବେ। ଅର୍ଥାତ୍ ଆପଣଙ୍କୁ ବିଜୁଳି ବ୍ୟବହାର ପରେ ବିଲ୍ ପଇଠ ନୁହେ, ବରଂ ଆବଶ୍ୟକ ଅନୁସାରେ ବିଜୁଳି କିଣିବାକୁ ପଡ଼ିବ।
ବିଜୁିଳି ସରବରାହ କ୍ଷେତ୍ରରେ କମ୍ପାନୀମାନେ ଭୋଗୁଥିବା ସମସ୍ୟାରୁ ବର୍ତ୍ତିବା ଲାଗି ଏହିବ ବ୍ୟବସ୍ଥା କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି।
ଏକ୍ତି ଓ ଅଣ ପାରମ୍ପରିକ ଶକ୍ତିର ପୁନରୁଦ୍ଧାର ପାଇଁ ୨୨ ହଜାୀର କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର।