ଶ୍ଲୋକାଙ୍କ ଉପହାରର ଦାମ୍ ୩୦୦କୋଟି ଟଙ୍କା

ଭାରତର ସୁବଠାରୁ ବିତ୍ତଶାଳୀ ଅମ୍ବାନୀ ପରିବାରର ଦାୟଦ ଆକାଶ ଅମ୍ବାନୀ ଓ ବୋହୁ ଶ୍ଲୋକା ମେହେତାଙ୍କ ବିବାହ ଏକ ପରି ରାଇଜର କାହାଣୀ ଭଳି ସମସ୍ତଙ୍କ ପାଇଁ ଅପାସୋରା । ଗତ ୯ ମାର୍ଚ୍ଚରେ ମୁମ୍ବାଇର ଜିଓ ସେଣ୍ଟରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆକାଶ ତାଙ୍କ ପିଲାଦନର ସାଙ୍ଗ ଓ ଲଙ୍ଗ୍ ଟାଇମ୍ ଗାର୍ଲଫ୍ରେଣ୍ଡ୍ ଶ୍ଲୋକାଙ୍କ ସହିତ ହାତକୁ ଦି ହାତ ହୋଇଥିଲେ । ଏହି ବିବାହ ଉତ୍ସବରେ ଉଭୟ ପରିବାରର ପୋଷାକ ପରିପାଟି, ସାସସଜ୍ଜା, ବଲିଉଡ୍ ତାରକାଙ୍କ ରୋସଣୀ ଓ ବିଦେଶୀୟ ବିଶେଷ ଅତିଥି, ସବୁକିଛିର ଚର୍ଚ୍ଚା ଆଜିପର୍ଯ୍ୟନ୍ତ ସରିନାହିଁ ।

ଇତିମଧ୍ୟରେ ଏବେ ଆଉ ଏକ ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଖବରଟି ହେଉଛି – ନୀତା ଅମ୍ବାନୀ ଶ୍ଲୋକାଙ୍କୁ ଏକ ନେକଲେସ୍ ଗିଫ୍ଟ କରିଛନ୍ତି, ଯାହାର ଦାମ୍ ହେଉଛି ୩୦୦କୋଟି ଟଙ୍କା । ହିରା ଖଚିତ ଏହି ‘ଏଲ୍’ଇନକମ୍ପାରେବୁଲ୍ ନେକଲେସ୍ ଉପହାର ଖବର ଏବେ ସୋସିଆଲ୍ ମିଡିଆରେ ଜୋର୍ ଧରିଛି । ଏହା ପୂର୍ବରୁ ଅମ୍ବାନୀ ପରିବାରର ଅଲିଳଳୀ ଝିଅ ଈଶାଙ୍କ ବିବାହରେ ତାଙ୍କର ଦାମୀ ଲେହେଙ୍ଗା ଓ ଗହଣା ମଧ୍ୟ ବିଶେଷ ଭାବେ ଯୁବପିଢିଙ୍କ ଚର୍ଚ୍ଚାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *