ଅନିଦ୍ରା ଦୂର କରିବା ପାଇଁ କିଛି ଟିପ୍ସ

ଆଜିକାଲି ଅନିଦ୍ରା ସମସ୍ୟା ସମସ୍ତଙ୍କଠାରେ ଏକ ସାଧାରଣ ରୋଗ ଭାବେ ଦେଖାଦେଇଛି । ବିଭିନ୍ନ ମାନସିକ ଚାପରୁ ସୃଷ୍ଟି ହୋଇଥାଏ ନିଦ ନହେବା ଭଳି ଗମ୍ଭୀର ସମସ୍ୟା । ଏହି ଅନିଦ୍ରା ଆଉ କିଛି ରୋଗକୁ ଡାକିଆଣେ । ତେବେ ଆସନ୍ତୁ ଜାଣିବା କିଛି ସରଳ ଟିପ୍ସ, ଯାହାଦ୍ୱାରା ଅନିଦ୍ରା ସମସ୍ୟାକୁ କିଛି ପରିମାଣରେ ଦୂର କରାଯାଇପାରିବ । ଯଥା –
୧- ସବୁଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ । କିଛିଦିନ ଏଭଳି କରିବା ଦ୍ୱାରା ଆପଣ ସୁନିଦ୍ରା ପାଇପାରିବେ ।
୨- ଶୋଇବା ସମୟରେ ଫୋନ୍କୁ ବାରମ୍ବାର ଦେଖନ୍ତୁ ନାହିଁ । ବିଭିନ୍ନ ପ୍ରକାର ଆପ୍ ବାହାର କରି ଦେଖନ୍ତୁ ନାହିଁ । ଏହାଦ୍ୱାରା ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଶୋଇବାର ଅଧଘଣ୍ଟା ପୂର୍ବରୁ ହର୍ବାଲ୍ · ପିଅନ୍ତୁ ।
୩- ସ୍ଲୋ ମ୍ୟୁଜିକ୍ ଶୁଣନ୍ତୁ । ଏହା ଆପଣଙ୍କ ଶୋଇବା ସହଜ କରିଥାଏ । ରାତିରେ ନିଦ ହେଉନଥିଲେ ଜବରଦସ୍ତ ଆଖି ବନ୍ଦ କରନ୍ତୁ ନାହିଁ ।
୪- ଶୋଇବା ପୂର୍ବରୁ ଆପଣଙ୍କ ଅତୀତର ଭଲ ଘଟଣାକୁ ମନେ ପକାନ୍ତୁ । ଏହା ଆପଣଙ୍କ ପାଇଁ ସୁନିଦ୍ରା ଆଣିଦେବ ।
୫- ରାତିରେ ବାରମ୍ବାର ଉଠି ସମୟ ଦେଖନ୍ତୁ ନାହିଁ । ଏହା ଆପଣଙ୍କୁ ବ୍ୟସ୍ତ କରିବ । ତେଣୁ ସୁନିଦ୍ରା ପାଇଁ ଏଥିରୁ ଦୂରେଇ ରହନ୍ତୁ ।
୬- କୌଣସି ଭଲ ବହି ପଢ଼ନ୍ତୁ ।

ଶୀତଦିନେ ସୋରାସିସ୍ ରୋଗୀଙ୍କ ପାଇଁ ବିଶେଷ ଟିପ୍ସ

http://odishatime.com/psorasis/

କଣ୍ଡିସନିଙ୍ଗ୍ ପାଇଁ କିଛି ଟିପ୍ସ 

http://odishatime.com/hair-conditioning/

Leave a Reply

Your email address will not be published. Required fields are marked *