ଖରାଦିନେ ଚମକିବେ କେମିତି
ଖରାଦିନରେ ଚମକଦାର ତ୍ୱଚା ପାଇବା କାଠିକର ପାଠ । କିନ୍ତୁ ମାତ୍ର ୩ଟି ଘରୋଇ ଉପାୟ ଦ୍ୱାରା ଆପଣ ଏହି କଷ୍ଟକର କାମକୁ ପୁରା ସହଜ କରିପାରିବେ । ଏହା କେବଳ ଗରମ ଦିନରେ ନୁହେଁ, ବରଂ ସବୁ ସମୟରେ ଆପଣଙ୍କ ତ୍ୱଚାରେ ଚମକ ଆଣିପାରିବ । ତେବେ ଆସନ୍ତୁ ଜାଣିବା ଚମକଦାର ତ୍ୱଚା ପାଇବା ପାଇଁ କ’ଣ ସେହି ୩ଟି ସରଳ ଓ ସହଜ ଉପାୟ –
୧- କାକୁଡ଼ିକୁ ଖୁବ୍ ପତଳା ଓ ଗୋଲ୍ ଆକାରରେ କାଟି ତାହା ଉପରେ ଚିନି ପକାଇ ଫ୍ରିଜରେ ରଖିଦିଅନ୍ତୁ । ତାହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଚେହେରା ଓ ବେକରେ ସେହି ଖଣ୍ଡଗୁଡ଼ିକୁ ରଖନ୍ତୁ । ୨୦ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ମଶ୍ଚରାଇଜର୍ କ୍ରୀମ୍ ଲଗାନ୍ତୁ ।
୨- ୪ ଚାମଚ ଆଲୋବେରା ଜେଲ୍ ସହିତ ଏକ ଚାମଚ ଦହି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଚେହେରାରେ ଲଗାଇ ୧୫ ମିନିଟ୍ ଛାଡ଼ନ୍ତୁ । ଏହାପରେ ସାମାନ୍ୟ ଉଷୁମ ପାଣିରେ ଧୋଇଦିଅନ୍ତୁ ।
୩- ମହୁ ଏକ ଚାମଚ, ୪ ଚାମଚ ବେସନ ଓ ୧ ବଡ଼ ଚାମଚ ଖିରକୁ ନେଇ ଭଲ ଭାବେ ଫେଣ୍ଟନ୍ତୁ । ଏହି ମିଶ୍ରଣକୁ ଚେହେରାରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଏହାପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।