‘ଲକ୍ଡାଉନ୍ର ସକାରାତ୍ମ ପ୍ରଭାବ ପଡ଼ିଛି‘
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ଲକ୍ଡାଉନ୍ର ପ୍ରଭାବ ପଡ଼ିଛି ଏବଂ ଏଥିରୁ ଦେଶକୁ ଲାଭ ମଧ୍ୟ ମିଳୁଛି। ଦେଶବାସୀଙ୍କ ସାମୂହିକ ପ୍ରୟାସର ସୁପ୍ରଭାବ ଦେଖିବାକୁ ମିଳିଛି। ମହାମାରୀ କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ଆଲୋଚନାରେ ୬ରାଜ୍ୟ ଲକ୍ ଡାଉନ ବଢ଼େଇବା ସପକ୍ଷରେ ରହିଛନ୍ତି। ମାରାତ୍ମକ କରୋନାର ତାଣ୍ଡବ କମିନଥିବାରୁ ୬ରାଜ୍ୟ ଲକ ଡାଉନ ଉଠାଇବା ସପକ୍ଷରେ ନାହାନ୍ତି । ମେ ୩ ତାରଖରେ ଲକ୍ଡାଉନ ଅବଧି ଶେଷ ହେଉଥିବା ବେଳେ ଦିଲ୍ଲୀ ସରକାର ମେ ୧୫ ଯାଏ ଅବଧି ବଢ଼ାଇବାକୁ ଚାହଁଥିବା ବେଳେ ମହାରାଷ୍ଟ୍ର ସରକାର ମେ ୧୮ ଯାଏ ବଢ଼ାଇବାକୁ ଚାହୁଁଛନ୍ତି । ସେହପରି ଓଡ଼ିଶା ସମେତ ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ମଧ୍ୟ ଲକ୍ଡାଉନ ବଢ଼ାଇବା ସପକ୍ଷରେ ଅଛନ୍ତି। ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାରରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ରାଜ୍ୟମାନେ ବିପଦକୁ ଦୂରାଇବା ପାଇଁ ଲକ୍ଡାଉନ୍ ବଢ଼ାଇବା ସପକ୍ଷରେ ରହିଥିବା ଜଣାପଡ଼ିଛି।