ରାଗ ସୁଝାଇଲେ ସୀତାକାନ୍ତ!

ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସରେ ଦେଖା ଦେଇଥିବା ଅସନ୍ତୋଷ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଟିକେଟ ପାଇଥିବା ଅନେକ ପ୍ରାର୍ଥୀ ଟିକେଟ ଫେରାଇବାରେ ଲାଗିଛନ୍ତି। ଏହି ଧାରାରେ ଦଳକୁ ବଡ ଝଟକା ଦେଇଛନ୍ତି ବଡ଼ଚଣାର କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର । ଟିକେଟ ପାଇବାର ୨୪ଘଣ୍ଟା ପରେ ସେ ଟିକେଟ ଫରାଇ ଦେଇଛନ୍ତି । ତାଙ୍କ ଅଭିଯୋଗ ହେଉଛି ଶେଷ ମୁହୂର୍ତ୍ତରେ ଟିକେଟ ମିଳିବା କାରଣରୁ ନିର୍ବାଚନ ପ୍ରଚାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ତେବେ ସୀତାକାନ୍ତଙ୍କ ଟିକେଟ ଫେରାଇବା ନେଇ ଭିନ୍ନ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ପୂର୍ବ ରାଗକୁ ସୁଝାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସୀତାକାନ୍ତ ୧୯୮୦, ୧୯୮୫ ଏବଂ ୨୦୦୪ ନିର୍ବାଚନରେ ବଡଚଣାରୁ ନିର୍ବାଚିତ ହୋଇ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । ମୋଟ ୯ଥର ନିର୍ବାଚନ ଲଢ଼ିଥିବାବେଳେ ସେ ୬ଥର ହାରିଛନ୍ତି। ୨୦୧୪ ନିର୍ବାଚନରେ ସେ ଟିକେଟ ପାଇବା ନେଇ ବଡ ଆଶା ରଖିଥିଲେ। ହେଲେ ଦଳ ଟିକେଟ ଦେଇଥିଲା ଜନ୍ମେଜୟ ଲେଙ୍କାଙ୍କୁ । ଗତ ୮ମାସ ତଳେ ଜନ୍ମେଜୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ବିଜଦରୁ ଟିକେଟ ପାଇବାର ଆଶା ରଖିଥିଲେ। ହେଲେ ଦଳ ଅମର ଶତପଥିଙ୍କୁ ଟିକେଟ ଦେବାରୁ ବାଧ୍ୟ ହୋଇ ସେ ବିଜେପିକୁ ଯାଇଛନ୍ତି।

ଚଳିତ ନିର୍ବାଚନ ପାଇଁ ସୀତାକାନ୍ତ ନିଜ ପାଇଁ ନଚେତ ପୁଅ ରାଜ ନାରାୟଣଙ୍କୁ ଟିକେଟ ଦେବା ନିମନ୍ତେ ପିସିସିକୁ ଅନୁରୋଧ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଟିକେଟ ଦେଇଥିଲା। ୨୦୧୪ରେ ଟିକେଟ ନପାଇବାର ରାଗ ତାଙ୍କ ମନରେ ଥିଲାବେଳେ ଶେଷ ମୁହୂର୍ତ୍ତରେ ସେ ଟିକେଟ ଫେରାଇ ନିଜର ରାଗ ସୁଝାଇଛନ୍ତି ବୋଲି କୁହାଯାଉଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *