ନୂଆବର୍ଷରେ ନୂଆରେକର୍ଡ଼ କଲା ‘ସିମ୍ବା’
ଗତବର୍ଷ ରିଲ୍ ଓ ରିଏଲ୍ ଲାଇଫ୍ରେ ରଣବୀର୍ ଅନେକ ଖୁସି ଓ ସଫଳତା ହାସଲ କରିଥିଲେ । ରଣବୀରଙ୍କ ଜୀବନରେ ଆସିଥିବା ଏହି ଖୁସିର ଲହରୀ ନୂଆବର୍ଷରେ ମଧ୍ୟ ଜାରି ରହିଛି । ‘ସିମ୍ବା’ ନୂଆବର୍ଷରେ ଆଉ ଏକ ନୂଆ ରେକର୍ଡ଼ କରିଛି । ଏହି ଫିଲ୍ମ ନୂଆବର୍ଷ ଦିନ ୧୦୦କୋଟି ଫିଲ୍ମ କ୍ଲବ୍ରେ ସାମିଲ୍ ହୋଇଥିଲା । ରଣବୀର୍ଙ୍କ ଅଭିନୟ କ୍ୟାରିୟର୍ରେ ଏହା ଚତୁର୍ଥ ଫିଲ୍ମ ଭାବେ ୧୦୦କୋଟି କ୍ଲବ୍ରେ ସାମିଲ୍ ହୋଇଛି ଏବଂ ଏବେ ରଣବୀର୍ ବରୁଣ୍ ଧୱନ୍ ହ୍ରିତିକ୍ ରୋସନ୍ ଓ ରଣବୀର୍ କପୁର୍ଙ୍କ ସମକକ୍ଷ ହୋଇପାରିଛନ୍ତି ।
ଅନ୍ୟ ପକ୍ଷରେ ରୋହିତ୍ ସେଟ୍ଟିଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ରେକର୍ଡ଼ । ରୋହିତ୍ଙ୍କ ନିର୍ଦ୍ଦେଶନାରେ ‘ସିମ୍ବା’କୁ ମିଶାଇ ୭ଟି ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ୍ ହୋଇଛି, ଯାହାକି ରୋହିତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ‘ସିମ୍ବା’ର ନାୟିକା ସାରା ଅଲ୍ଲୀ ଖାନ୍ ପ୍ରଥମ ଥର ପାଇଁ ୧୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଛନ୍ତି, ଯାହାକି ତାଙ୍କ କ୍ୟାରିୟର୍ ପାଇଁ ଏକ ବିଜୟସୂଚକ । ତେବେ ନୂଆବର୍ଷର ପ୍ରଥମଦିନରେ ବଲିଉଡ୍ ପାଇଁ ଏଭଳି ସଫଳତା ଆଗାମୀ ଦିନ ପାଇଁ ଶୁଭସଙ୍କେତ ବୋଲି ସିନେ ମହଲରେ ଚର୍ଚ୍ଚା ହେଉଛି ।