ରିଲାଏନ୍ସ ଜିଓରେ ସିଲ୍‌ଭର ଲେକ୍‌ର ୫ହଜାର କୋଟି ନିବେଶ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅନ୍ୟତମ୍‌ ଟେକ୍ନୋଲୋଜି ନିବେଶ କମ୍ପାନୀ ସିଲଭର ଲେକ୍‌ ରିଲାଏନ୍ସ ଜିଓରେ ୫ହଜାର ୬୭୫ କୋଟି ଟଙ୍କା ନିବେଶ କରିବ।  ଏପ୍ରିଲ୍‌ ୨୨ ତାରିଖରେ ସୋଶାଲ୍‌ ମିଡିଆ ମହାରଥୀ ଫେସ୍‌ବୁକ୍‌ ରିଲାଏନସ ଜିଓରେ ୪୩ ହଜାର ୫୭୪ କୋଟି ଟଙ୍କା ନିବେଶ ଘୋଷଣା କରିଥିଲା।  ଉଭୟ କମ୍ପାନୀଙ୍କ ଏହି ନିବେଶ ଦ୍ଵାରା ରିଲାଏନ୍ସ ଜିଓ ଭାରତରେ ଆରମ୍ଭ ହୋଇଥିବା ଡିଜିଟାଲ୍‌ ବିପ୍ଲବକୁ ଏକ ନୂଆ ଦିଗ ଦେବ ବୋଲି କମ୍ପାନୀ ଆଶା କରିଛି।

ସିଲ୍‌ଭର ଲେକ୍‌ ଦ୍ଵାରା ଏହି ନିବେଶକୁ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ଏହି ନିବେଶ ଦ୍ଵାରା ସମସ୍ତ ଭାରତୀୟ ଉପକୃତ ହେବେ। ଦେଶରେ ଡିଜିଟାଲ୍‌ ବିକାଶର ବାତାରବରଣ ଅଧିକ ଅନୁକୂଳ ହୋଇପାରିବ।

ସେହିପରି ସିଲ୍‌ଭର ଲେକ୍‌ ସିଇଓ ଇଗନ୍‌ ଡର୍ବାନ୍‌ କହିଛନ୍ତି ବିଶ୍ଵର ଅନ୍ୟତମ ଉଲ୍ଲେଖନୀୟ କମ୍ପାନୀ ଜିଓରେ ନିବେଶ ପାଇଁ ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ ପାଇଁ ଆମେ ଆନନ୍ଦିତ। ସେମାନେ ଭାରତର ଜନସାଧାରଣ ଓ କ୍ଷୁଦୟ ବ୍ୟବସସାୟ କ୍ଷେତ୍ରରେ ଡିଜିଟାଲ୍‌ ଟେକ୍ନୋଲୋଜି ବ୍ୟବହାର କରି ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଏଠାରେ ଅନେକ ସୁଯୋଗ ରହିଛି। ଆମର ଏହି ନିବେଶ ଦ୍ଵାରା ରିଲାଏନ୍ସ ଜିଓର ମିଶନ୍‌ରେ ଆମେ ଅଧିକ ସହାୟକ ହେବୁ ବୋଲି ଆଶା କରୁଛୁ।

 

 

Leave a Reply

Your email address will not be published. Required fields are marked *