ଶିଳ୍ପା-ଗୋବିନ୍ଦାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍

ଡ୍ୟାନ୍ସିଙ୍ଗ୍ କିଙ୍ଗ୍ ଗୋବିନ୍ଦା ଓ ସୁନ୍ଦରୀ ଶିଳ୍ପାସେଟ୍ଟିଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭଇରାଲ୍ ହେବାରେ ଲାଗିଛି । ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘ସୁପର୍ ଡ୍ୟାନ୍ସର୍ ଚାପ୍ଟର୍୩’ରେ ଗୋବିନ୍ଦା ଓ ଶିଳ୍ପା ସ୍ପେଶାଲ୍ ଗେଷ୍ଟ୍ ଭାବେ ଆମନ୍ତ୍ରୀତ ହୋଇଥିଲେ । ଷ୍ଟେଜ୍ ଉପରେ ଶକ୍ତି କାପୁର୍ ମଧ୍ୟ ଥିଲେ । ଶୋ’ର ପ୍ରତିଯୋଗୀମାନଙ୍କ ସହିତ ମଜାମସ୍ତି କରିବା ମୁଡ୍ରେ ଶିଳ୍ପା ଓ ଗୋବିନ୍ଦା କିଛି ଡ୍ୟାନ୍ସ ଷ୍ଟେପ୍ କରିଥିଲେ । ଏହାର କୋରିଓଗ୍ରାଫି କରିଥିଲେ ଗୀତା ମା’ ।

ସୂଚନାଯୋଗ୍ୟ ୧୯୯୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଛୋଟେ ସରକାର୍’ର ଏକ ଗୀତ ‘ଏକ୍ ନେୟା ଆସମାନ୍…’ରେ ଗୋବିନ୍ଦା ଓ ଶିଳ୍ପାଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ‘ଛୋଟେ ସରକାର୍’ରେ ମୁଖ୍ୟ ଭୂମିକାରେ ଥିଲେ ଗୋବିନ୍ଦା ଓ ଶିଳ୍ପାସେଟ୍ଟି ଏବଂ ପୂର୍ବରୁ ଏହି ଯୋଡ଼ି ଗୀତଟିରେ ଅଭିନୟ କରିସାରିଥିଲେ । ସେହି ସମୟରେ ଏହି ଗୀତ ଖୁବ୍ ଲୋକପ୍ରିୟ ଥିଲା । ଏବେ ଏହି ଗୀତରେ ଡ୍ୟାନ୍ସ କରିବା ସମୟରେ ଗୋବିନ୍ଦା ଓ ଶିଳ୍ପାଙ୍କ ଚେହେରାରେ ପୂର୍ବ ସ୍ମୃତିର ଝଲକ ସ୍ପଷ୍ଟ ହୋଇଥିଲା । ଶୋ’ର ଏକ ପ୍ରୋମୋ ରିଲିଜ୍ କରାଯାଇଛି, ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *