୧୦ କୋଟିର ଅଫରକୁ ନା କହିଲେ ଶିଳ୍ପା
୧୦ କୋଟିର ଅଫରକୁ ହାତଛଡ଼ା କରି ବି ଟାଉନର ଅନନ୍ୟା ସୁନ୍ଦରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ଏବେ ଚର୍ଚ୍ଚାରେ ଅଛନ୍ତି । ଖବର ଅନୁଯାୟୀ ନିକଟରେ ଏକ ଆର୍ୟୁବେଦ କମ୍ପାନୀ ପତଳା ହେବାର ଏକ ଔଷଧର ପ୍ରଚାର କରିବା ପାଇଁ ଶିଳ୍ପାଙ୍କ ସହିତ କଥାବର୍ତ୍ତା କରିଥିଲେ ଏବଂ ସେଥିପାଇଁ ଶିଳ୍ପାଙ୍କୁ ୧୦ କୋଟି ଟଙ୍କା ଅଫର୍ କରାଯାଇଥିଲା । କିନ୍ତୁ ଶିଳ୍ପା ସେହି ଔଷଧର ପ୍ରଚାର କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ ।
ବିଭିନ୍ନ ପ୍ରକାର ଯୋଗ ଓ ଡାଏଟ୍ ମାଧ୍ୟମରେ ଫିଟନେସ୍ ମନ୍ତ୍ର ଦେଉଥିବା ଶିଲ୍ପା ଏ ସମ୍ପର୍କରେ କହିଛନ୍ତି ଯେ – ‘ଯେଉଁଥିରେ ମୋର ବିଶ୍ୱାସ ନାହିଁ, ସେଭଳି କୌଣସି ଜିନିଷର ପ୍ରଚାର କରିବାକୁ ମୁଁ ରାଜି ନୁହେଁ । ଆର୍ୟୁବେଦ ହେଉ କିମ୍ବା ଏଲୋପାଥି, ପତଳା କରିବା ପାଇଁ ଏବଂ ଫିଟନେସ୍ ପାଇଁ ଥିବା ବିଭିନ୍ନ ପ୍ରକାର ଔଷଧର ଅନେକ ସାଇଡ୍ ଇଫେକ୍ଟ ରହିଛି । ତେଣୁ ଔଷଧ ବଦଳରେ ନିୟମିତ ଯୋଗ ଓ ପ୍ରାଣାୟାମ ଏବଂ ହେଲଦି ଡାଏଟ୍ ଫିଟନେସ୍ ପାଇଁ ସବୁଠାରୁ ଭଳ ବିକଳ୍ପ’ । ଆଜିକାଲି ଟେଲି ପରଦାକୁ ନିଜର କରିଥିବା ଶିଲ୍ପା ଖୁବ୍ ଶିଘ୍ର ସବିର୍ ଖାନଙ୍କ ନିର୍ଦ୍ଦେଶିତ ‘ନିକମ୍ମା’ରେ ବଲିଉଡକୁ ଫେରିବେ ବୋଲି ଶୁଣାଯାଉଛି ଏବଂ ତାଙ୍କର ବଲିଉଡ୍ ଲେଉଟାଣୀକୁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।