୩୦ ବର୍ଷ ପରେ ଏହି ଡ୍ୟାନ୍ସ କରିବେ ଶିଳ୍ପା ସେଟ୍ଟି
ବି ଟାଉନର ଅନନ୍ୟା ସୁନ୍ଦରୀ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସୋନି ଏଣ୍ଟରଟେନମେଣ୍ଟ୍’ର ‘ସୁପର୍ ଡ୍ୟାନ୍ସର୍ ଗ୍ରାଣ୍ଡ୍ ଫିନାଲେ ଅଧ୍ୟାୟଟି ଆସନ୍ତା ରବିବାର ଦିନ ଟେଲିକାଷ୍ଟ୍ କରାଯିବ । ଟପ୍ ୫ ଜଣ ପ୍ରତିଯୋଗୀ ରୁପା, ସକ୍ଷମ ଶର୍ମା, ତେଜସ୍ ବର୍ମା, ଗୌରବ ସାରୱାନ୍ ଓ ଜୟଶ୍ରୀଙ୍କ ମଧ୍ୟରୁ ଜଣେ ବିଜେତା ହେବେ । ଏହି ରୋମାଞ୍ଚକର ଏପିସୋଡ୍ ସହିତ ଆଉ ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି, ଯାହା ଦର୍ଶକଙ୍କ ସହିତ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ବହୁ ପ୍ରତିକ୍ଷୀତ । ‘ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩’ର ‘ସୁପର୍ ସେ ଭି ଉପର୍’ ରାଉଣ୍ଡରେ ଶିଳ୍ପା ୪ଟି ଭିନ୍ନ ଗୀତରେ ଡ୍ୟାନ୍ସ ପରଫର୍ମ କରିବେ । ସେ ସବୁ ହେଉଛି ‘ଚେନ୍ନାଇ ଏକ୍ସପ୍ରେସ୍’ର ‘ତିତଲି…’, ‘ଏବିସିଡି’ର ‘ମୁକ୍କାବିଲା…’, ‘ଭାରତ’ର ‘ଏଥେ ଆ…’, ‘ପଦ୍ମାବତ୍’ର ‘ଘୁମର୍…’ ।
ସବୁଠାରୁ ଏକ ବଡ଼ ଖବର ହେଉଛି ଦୀର୍ଘ ୩୦ ବର୍ଷ ପରେ ଶିଳ୍ପା ଏହି ଶୋ’ରେ ଭରତନାଟ୍ୟମ୍ ଫରଫର୍ମ କରିବେ । ସୋନି ଟିଭି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜରେ ଏହା ଜଣାପଡ଼ିଛି । ସେହି ସବୁ ପରଫର୍ମ ପାଇଁ ଶିଳ୍ପା ଡିଜାଇନର୍ ନିଲମ୍ ଲୁଲାଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍ ପିନ୍ଧିବେ ।