ଶିଲା ଦିକ୍ଷୀତଙ୍କ ପରଲୋକ, ବଲିଉଡରେ ଶୋକର ମାହୋଲ୍

ଶନିବାର ଦିନ ଦିନ ପ୍ରାୟ ୩ଟା ସମୟରେ କାର୍ଡିଆଷ୍ଟିକ୍ ଆରେଷ୍ଟ୍ ଯୋଗୁଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତ୍ରୀ ଶିଲା ଦିକ୍ଷିତଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁରେ ରାଜନୈତିକ ମହଲ ସହିତ ବଲିଉଡ୍ ମଧ୍ୟ ସ୍ତବ୍ଧ ହୋଇଯାଇଛି । ଅନେକ ସେଲିବ୍ରିଟି ତାଙ୍କର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବଲିଉଡ୍ ତାରକାଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଅକ୍ଷୟ କୁମାର

ଶିଲା ଦିକ୍ଷୀତଙ୍କ ନିଧନ ସମ୍ପର୍କରେ ଶୁଣିବା ପରେ ମୁଁ ଦୁଃଖିତ । ସେ ତାଙ୍କର କାର୍ଯ୍ୟକାଳ ଭିତରେ ଦିଲ୍ଲୀର ଅନେକ ବିକାଶ କରିଥିଲେ । ତାଙ୍କର ପରିବାର ପ୍ରତି ହାର୍ଦ୍ଦିକ ସମବେଦନା ।
ମଧୁର ଭଣ୍ଡାରକର
ଦିଲ୍ଲୀର ପୂର୍ବତନ ସିଏମ୍ ଶିଲା ଦିକ୍ଷୀତଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରୁଛି । ସେ ଜଣେ ଦକ୍ଷ ନେତ୍ରୀ ଥିଲେ । ଆଧୁନିକ ଦିଲ୍ଲୀର ନିର୍ମାଣରେ ତାଙ୍କର ଯଥେଷ୍ଟ ଭୂମିକା ରହିଛି ।
ଭୂମି ପେଡନେକର୍
ସେ ବାସ୍ତବରେ ଜଣେ ମହାନ୍ ନେତ୍ରୀ ଥିଲେ । ତାଙ୍କର ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଦେଶ ପ୍ରତି ତାଙ୍କର ଅପାର ସ୍ନେହ ଥିଲା । ତାଙ୍କର ଆତ୍ମାର ସଦଗତି ହେଉ ।
ନିମରତ୍ କୌର୍
ଶିଲା ଦିକ୍ଷୀତଙ୍କ ନିଧନରେ ଗଭୀର ସମବେଦନା ଜ୍ଞାପନ କରୁଛି । ଆଗାମୀ ପିଢୀ ପାଇଁ ସେ ଏକ ଉଦାହରଣ । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।
କଙ୍ଗନା ରଣାୱତ୍ – ଶିଲା ଦିକ୍ଷୀତଙ୍କ ନିଧନରେ ମୁଁ ଗଭୀର ଦୁଃଖି । ଏଭଳି ଏକ ସଙ୍କଟ ସମୟରେ ତାଙ୍କର ପରିବାର, ବନ୍ଧୁଗଣ ଓ ପ୍ରିୟଜନଙ୍କୁ ଭଗବାନ ଶକ୍ତି ଦିଅନ୍ତୁ । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।

Leave a Reply

Your email address will not be published.