ସିଦ୍ଧୁଙ୍କ ବୟାନକୁ ନେଇ ବିରୋଧ ପ୍ରଦର୍ଶନ

ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରି ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ । ପୂର୍ବରୁ ଅନେକ ଥର ସେ ମୋଦୀଙ୍କୁ ନେଇ କଟାକ୍ଷ କରିଥିବା ବେଳେ ଏବେ ପୁଣି ଥରେ ସେ ମୋଦୀଙ୍କ ବିରୋଧରେ ମତ ରଖିଛନ୍ତି। ଗୁରୁବାର ରାୟପୁର ଯାଇଥିବା ବେଳେ ସେ ମୋଦୀଙ୍କୁ ନେଇ ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି।

ରାୟପୁରରେ ଏକ ସଭାରେ ଯୋଗ ଦେଇ, ‘ଦୁନିଆ କେଉଁଠି ଯାଇ ପହଞ୍ଚିଲାଣି। ଚୀନ୍‌ ସମୁଦ୍ର ତଳେ ରେଳ ଧାରଣା ତିଆରି କଲାଣି, ଆମେରିକା ମଙ୍ଗଳ ଗ୍ରହକୁ ଯାଇ ଜୀବନର ସନ୍ଧାନ କଲାଣି, ଋଷ ରୋବୋଟିକ୍‌ ଆର୍ମି ତିଆରି କଲାଣି ଆଉ ଆପଣମାନେ ଚୋରକୁ ଚୌକିଦାର କରୁଛନ୍ତି?’ ବୋଲି କହିଥିଲେ ସିଦ୍ଧୁ। ତାଙ୍କର ଏଭଳି ବୟାନକୁ ନେଇ ଲୋକେ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି।

କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *