ଖୁବ୍ ଶୀଘ୍ର ଆସିବ କ୍ୟାପ୍ଟେନ୍ ବିକ୍ରମଙ୍କ ବାୟୋପିକ୍
କାରଗିଲ୍ ଯୋଦ୍ଧା କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ଜୀବନୀ ଖୁବ୍ ଶୀଘ୍ର ବଡ଼ ପରଦାର ଶୋଭା ବଢାଇବ ବୋଲି ଖବର ମିଳିଛି । ଏହାର ମୁଖ୍ୟ ଭୂମିକାରେ ନଜର ଆସିବେ ସିଦ୍ଧାର୍ଥ ମାଲହୋତ୍ରା । ଫିଲ୍ମର ସମସ୍ତ ଦୃଶ୍ୟ କାରଗିଲରେ ସୁଟିଂ କରାଯିବ ଏବଂ ଏହି ଫିଲ୍ମର କାହାଣୀ, କଷ୍ଟ୍ୟୁମ୍ ଓ ସୁଟିଂ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଆର୍ମିଙ୍କ ନିୟନ୍ତ୍ରଣାଧିନ ରହିବ । ସିଦ୍ଧାର୍ଥଙ୍କୁ ଏକ ଜବାନ୍ ଭଳି ଆର୍ମି କ୍ୟାମ୍ପରେ ରହିବା ସହ ସମସ୍ତ ନିୟମ ମାନିବାକୁ ହେବ । ଏଥିପାଇଁ ସିଦ୍ଧାର୍ଥ ୨ ମାସ ପୂର୍ବରୁ ଏକ କଡ଼ା ଟ୍ରେନିଙ୍ଗ୍ ମଧ୍ୟ ନେଇଛନ୍ତି ବୋଲି ଖବର ଆସିଛି ।
ଚଳିତମାସରୁ ଏହାର ସୁଟିଂ କରାଯିବାର ଯୋଜନା ରହିଥିଲା । କିନ୍ତୁ ଡିଫେନ୍ସ ମିନିଷ୍ଟ୍ରୀ ପକ୍ଷରୁ ଏହାର ଜରୁରୀ ପରମିସନ୍ ନ ମିଳିବାରୁ ଫିଲ୍ମର ସୁଟିଂ ଅଗଷ୍ଟମାସ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଇଣ୍ଡିଆନ୍ ଆର୍ମିର କିଛି ରିଏଲ୍ ଯୁଦ୍ଧାସ୍ତ୍ର ଏହି ଫିଲ୍ମର ଆକ୍ସନ୍ ଦୃଶ୍ୟରେ ଦେଖିବାକୁ ମିଳିବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଥର ପାଇଁ ଆର୍ମିର ରିଏଲ୍ ଯୁଦ୍ଧାସ୍ତ୍ର ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଦେଖିପାରିବେ । ସିଦ୍ଧାର୍ଥଙ୍କ ବିପକ୍ଷର ନାୟିକା ସାଜିବେ କିୟାରା ଆଡଭାନି । କିନ୍ତୁ କାରଗିଲ୍ ଏରିଆରେ କିଆରାଙ୍କ କୌଣସି ଦୃଶ୍ୟ ରହିବ ନାହିଁ ।