#କରୋନା ଭୟ; ତଡ଼ିଦେଲେ ଡାକ୍ତର

ମୁମ୍ବାଇ (ଓଟି): ମହାମାରୀ କରୋନା ଭୟ ସାରା ବିଶ୍ଵକୁ ଘାରିଛି। ଏଭଳି ସ୍ଥିତିରେ ସ୍ପେନରେ ରହୁଥିବା ଅଭିନେତ୍ରୀ ଶ୍ରୀୟା ସରଣ ତାଙ୍କ ସହ ଘଟିଥିବା ଦୁଃଖଦ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି। ଶ୍ରୀୟା କହିଛନ୍ତି ଯେ କଫ ଓ ଜର ସମସ୍ୟା ପାଇଁ ତାଙ୍କ ସ୍ଵାମୀଙ୍କୁ ନେଇ ମେଡିକାଲ୍‌ ଯାଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ତୁରନ୍ତ ହସ୍ପିଟାଲରୁ ଚାଲିଯିବାକୁ କହିଥିଲେ। ଡାକ୍ତରମାନେ ଫେରାଇ ଦେବା ପରେ ଶ୍ରୀୟା ଓ ତାଙ୍କ ସ୍ଵାମୀ ଘରେ ନିଜକୁ ସେଲଫ ଆଇସୋଲେଟ୍ କରିଥିଲେ। ଘରେ ହିଁ ତାଙ୍କ ସ୍ଵାମୀଙ୍କ ଚିକିତ୍ସା କରାଯାଉଥିବାବେଳେ ଦୁହେଁ ଅଲଗା ରୁମରେ ରହୁଥିଲେ ଏବଂ ଡିସଟାନ୍ସ ମେଣ୍ଟେନ୍ କରୁଥିଲେ। ସମ୍ପ୍ରତି ସ୍ଵାମୀ ସୁସ୍ଥ ଅଛନ୍ତି ବୋଲି ଶ୍ରୀୟା କହିଛନ୍ତି।

ସୂଚନାଯୋଗ୍ୟ ଯେ ଆନ୍ଦ୍ରଇ କୋଶିବ ଓ ଶ୍ରୀୟାଙ୍କ ବିବାହ ୨୦୧୮ରେ ହୋଇଥିଲା। ସେବେଠୁ ଶ୍ରୀୟା ସ୍ପେନରେ ଅଛନ୍ତି। ମାର୍ଚ୍ଚ ୧୩ରେ ସେମାନଙ୍କ ବିବାହବାର୍ଷିକୀ ଥିଲା ଓ ସେଥିପାଇଁ ସେମାନେ ଏକ ରେଷ୍ଟୁରାଣ୍ଟ ବୁକ୍ କରିଥିଲେ କିନ୍ତୁ ସବୁକିଛି ଗଡ଼ବଡ଼ ହୋଇଯାଇଥିଲା ମହାମାରୀ କରୋନା ସଂକ୍ରମଣ ପାଇଁ। ଭଲରେ ପାଳନ କରିପାରିନଥିଲେ ବିବାହ ବାର୍ଷିକୀ।

ପ୍ରକାଶ ଥାଉକି ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ। ୧ଲକ୍ଷ ୭୨ହଜାରରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ୧୮ହଜାରରୁ ଅଧିକ ପ୍ରାଣ ହରାଇଲେଣି।

Leave a Reply

Your email address will not be published. Required fields are marked *