ବିବାହ କରିବାକୁ ଯାଉଛନ୍ତି ଶ୍ରଦ୍ଧା କାପୁର୍

ବି ଟାଉନର ଲୋକପ୍ରିୟ ଖଳନାୟକ ଶକ୍ତି କାପୁରଙ୍କ ଅଲିଅଳୀ ଝିଅ ଶ୍ରଦ୍ଧାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ଶ୍ରଦ୍ଧା ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଖବର ଆସିଛି ଯେ ଶ୍ରଦ୍ଧା ତାଙ୍କର ବହୁଦିନର ବୟଫ୍ରେଣ୍ଡ୍ ରୋହନ୍ ଶ୍ରେଷ୍ଠଙ୍କ ସହିତ ବିବାହ କରିବେ । ସେଲିବ୍ରିଟି ଫଟୋଗ୍ରାଫର୍ ଭାବେ ରୋହନଙ୍କର ଖୁବ୍ ନାଁ ଅଛି । ଚଳିତବର୍ଷର ଶେଷ ଭାଗରେ ଏହି ଲଭବାର୍ଡ଼ ବିବାହ କରିବେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଶ୍ରଦ୍ଧା ଓ ରୋହନ୍ଙ୍କ ପରିବାର ପକ୍ଷରୁ ବିବାହକୁ ନେଇ ସେଭଳି କୌଣସି ବିଶେଷ ପୂର୍ବପ୍ରସ୍ତୁତି ଦେଖିବାକୁ ମିଳିନାହିଁ । କିଛିଦିନ ତଳେ ୩୨ବର୍ଷୀୟା ଶ୍ରଦ୍ଧାଙ୍କ ସହିତ ଫରହାନ୍ ଅଖତର୍ଙ୍କ ନାମ ଯୋଡ଼ା ଯାଇଥିଲା । ଏହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ଏହାପରଠାରୁ ଫରହାନଙ୍କ ସହିତ କୌଣସି କାମ କରିବା ପାଇଁ ଶ୍ରଦ୍ଧା ମନା କରିଦେଇଥିଲେ ବୋଲି ଚର୍ଚ୍ଚା ଉଠିଥିଲା ।

ଶ୍ରଦ୍ଧାଙ୍କ ସହିତ ରିଲେସନସିପ୍ ସମ୍ପର୍କରେ ରୋହନ୍ କହିଛନ୍ତି ଯେ ‘ବିଗତ ୯ ବର୍ଷ ହେଲା ଆମେ ପରସ୍ପରକୁ ଜାଣିଛୁ । କିନ୍ତୁ ମୁଁ ଶ୍ରଦ୍ଧାଙ୍କୁ ଡେଟ୍ କରୁନାହିଁ । ପ୍ରଥମ ଥର ଆମର ସାକ୍ଷାତ ଏକ ପାର୍ଟିରେ ହୋଇଥିଲା ଏବଂ ପ୍ରଥମ ଦେଖାରେ ହିଁ ଶ୍ରଦ୍ଧା କ୍ୟୁଟ୍ ଲାଗୁଥିଲେ । ଶ୍ରଦ୍ଧା ଓ ମୁଁ କେବଳ ଭଲ ସାଙ୍ଗ’ । ବିବାହ ସମ୍ପର୍କରେ ଶ୍ରଦ୍ଧାଙ୍କ ଠାରୁ କୌଣସି ପ୍ରତିକ୍ରିୟା ଜଣାପଡ଼ିନାହିଁ ।

Leave a Reply

Your email address will not be published.