କର୍ଣ୍ଣାଟକରେ ବିଜେପିକୁ ଝଟକା:କଂଗ୍ରେସ ବିଧାୟକଙ୍କ ୟୁଟର୍ଣ୍ଣ


ଭୁବନେଶ୍ଵର,(ଓଟି): କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରୟାସ ଚଳାଇଛି । କିନ୍ତୁ ଦଳର ଏହି ଚେଷ୍ଟା ଫସର ଫାଟିବାକୁ ବସିଲାଣି । କାରଣ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଶେଷ ମୂହୁର୍ତରେ ସମର୍ଥନ ଦେବାକୁ ମନା କରି ଦେଇଛନ୍ତି । ରାଜ୍ୟରେ ସରକାର ଗଠନ ହେବା ପରେ ଏହା ବିଜେପିର ଦ୍ୱିତୀୟ ପ୍ରୟାସ ଥିଲା, ଯାହା ବିଫଳ ହୋଇଛି । ୧୨ରୁ ୧୫ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଲେ ବିଜେପି ନିଜେ ସରକାରକୁ ଆସିବା ନେଇ ଆଶା କରୁଥିଲା ।

ବିଜେପି ନିଜର କିଛି ବିଧାୟକଙ୍କୁ ଗୁରଗାଓଁର ଏକ ହୋଟେଲରେ ରଖିଛି । ସେହିପରି କଂଗ୍ରେସ ବିଧାୟକମାନେ ମଧ୍ୟ ମୁମ୍ବାଇସ୍ଥିତ ଏକ ହୋଟେଲରେ ରହିଛନ୍ତି । ଯେତେବେଳେ ବିଜେପି ଜାଣିଲା କି ଅଧିକ ସଂଖ୍ୟାରେ କଂଗ୍ରେସ ବିଧାୟକ ଇସ୍ତଫା ଦେବେ ନାହିଁ, ରାଜ୍ୟ ସଭାପତି ବିଏସ ୟେଦୁରପ୍ପା ଅପରେସନ ଲୋଟସ ଶେଷ ହୋଇଥିବା ନେଇ କହିଥିଲେ । ୟେଦୁରପ୍ପା ଦଳୀୟ ବିଧାୟକଙ୍କୁ କହିଛନ୍ତି ଯେ, ଦଳର ହାଇକମଣ୍ଡ ଚାହୁଁଥିଲେ କି, ୧୬ କଂଗ୍ରେସ-ଜେଡିଏସର ବିଧାୟକ ଇସ୍ତଫା ଦିଅନ୍ତୁ । ଶନିବାର ଯାଏଁ ୧୨ଜଣ ବିଧାୟକ ବିଜେପି ସହ କଥାବାର୍ତ୍ତା କରିଥିଲେ ।

କିନ୍ତୁ ବର୍ତ୍ତମାନ ସେମାନେ ପଛକୁ ହଟିଯାଇଛନ୍ତି । ତେଣୁ ଅପରେସନକୁ ଶେଷ କରାଯାଉଛି । ସରକାର ଭଙ୍ଗ ଅଭିଯୋଗରେ ସେ କହିଛନ୍ତି କି, ଦଳ କୌଣସୀ ଘୋଡାବେପାରରେ ସାମିଲ ନାହିଁ । ବିଜେପି ନୁହେଁ ବରଂ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହା କରୁଛନ୍ତି । ସେ ନିଜେ ମନ୍ତ୍ରୀ ପଦ ଏବଂ ଟଙ୍କା ଦେଇ ବିଧାୟକଙ୍କୁ ପ୍ରଲୋଭିତ କରୁଛନ୍ତି ।

Leave a Reply

Your email address will not be published.