ମହାରାଷ୍ଟ୍ରରେ ସରକାର: ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ, ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ

ଭୁବନେଶ୍ଵର, (ଓଟି): ପ୍ରଥମଥର ପାଇଁ ମହାରାଷ୍ଟ୍ରର ଦୁଇ ପ୍ରମୁଖ ବିରୋଧୀ ଦଳ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ଶିବସେନା ଏହାର ତିନି ଦଶନ୍ଧିର ଅଧିକ ସମୟର ବନ୍ଧୁ ବିଜେପିର ହାତ ଛାଡ଼ି ଏନ୍‌ସିପି ହାତ ଧରିବ। ଏହାଦ୍ଵାରା ମହାରାଷ୍ଟ୍ରରେ ସରକାର ଗଠନର ଅଚଳାବସ୍ଥା ଦୂର ହେବ ବୋଲି ଆଶା କରାଯାଉଛି ।

ଏକକ ସଂଖ୍ୟା ଗରିଷ୍ଠ ଦଳ ଥିବା ବିଜେପି ରାଜ୍ୟପାଳଙ୍କ ଆଗରେ ସରକାର ଗଠନରେ ଅସମର୍ଥ ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ରକ୍ଷା କରିଥିଲେ। ଏହାପରେ ଦଳ ବିଳମ୍ବିତ ରାତିରେ ଏକ ଫର୍ମୁଲା ପ୍ରସ୍ତୁତ କରିଥିବା ଜଣା ପଡ଼ିଛି। ଏହି ଫର୍ମୁଲା ଅନୁସାରେ  ଶିବସେନା ଉଭୟ କଂଗ୍ରେସ ଓ ଏନ୍‌ସିପିର ସମର୍ଥନ ନେବ। କିନ୍ତୁ କଂଗ୍ରେସର କେହି ପ୍ରତ୍ୟକ୍ଷ ସମର୍ଥନ ଦେବେ ନାହିଁ। ଏହା ହେଲେ ଶିବସେନା-କଂଗ୍ରେସ ଓ ଏନ୍‌ସିପି ବିଧାୟକ ସଂଖ୍ୟା ୧୫୪ରେ ପହଞ୍ଚିବ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏହା ସଂଖ୍ୟା ଗରିଷ୍ଠ ହେବ ବୋଲି ଆଶଶ କରାଯାଉଛି। କିନ୍ତୁ କୌଣସି ମୁହୂର୍ତ୍ତରେ ଏହି ବିରୋଧୀ ଦଳଗୁଡ଼ିକ ଭିତରେ ବୁଝାମଣା ହାନୀ ହେଲେ ସରକାର ଭାଙ୍ଗିବାର ଆଶଙ୍କା ରହିଛି। 

ବିଜେପିକୁ ଶାସନ ପ୍ରକ୍ରିୟାଠୁ ଦୂରରେ ରଖିବା ଲାଗି ସ୍ଵପ୍ନ ଦେଖୁଥିବା ଉଭୟ କଂଗ୍ରେସ ଓ ଏନ୍‌ସିପିର ଲକ୍ଷ୍ୟ ଏହାଦ୍ଵାରା ପୂରଣ ହେବ। ଏହାଛଡ଼ା ଶିବସେନାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିବାର ଆଶଶ ବି ପୂରଣ ହେବ ବୋଲି ଆଶା କରାଯାଉଛି।

ନିର୍ଦ୍ଧାରିତ ଗଣତି ଅନୁସାରେ ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରହିବ। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ। ଉପ ମୁଖ୍ୟମନ୍ତ୍ରୀ ପଦବୀ ମିଳିବ ଏନ୍‌ସିପିକୁ। ଏନ୍‌ସିପି ନେତା ଅଜିତ ପାୱାର ହେବେ ଉପମୁଖ୍ୟମନ୍ତ୍ରୀ। କଂଗ୍ରେସ ବାହ୍ୟ ସମର୍ଥନ ଦେବ। ଆବଶ୍ୟକ ପଡ଼ିଲେ କଂଗ୍ରେସକୁ ବାଚସ୍ପତି ପଦବୀ ଦିଆଯିବ ବୋଲି ସମୀକରଣ ହୋଇଛି। ତେବେ କଂଗ୍ରେସ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ଉଦ୍ଧବ ଏବଂ ଶରଦ୍‌ ପାୱାରଙ୍କ ଭିତରି ବୁଝାମଣଶ ଏହାକୁ ସ୍ପଷ୍ଟ କରୁଛି ବୋଲି ମିଡିଆରେ ଆଲୋଚନା ହୋଇଛି। 

ଏହା ହେଲେ ଠାକ୍‌ରେ ପରିବାରରୁ ଉଦ୍ଧବ ହେବେ ପ୍ରଥମ ମୁଖ୍ୟମନ୍ତ୍ରୀ। 

Leave a Reply

Your email address will not be published.