ବିଭୀଷଣ ଭଳି ସିନ୍ଧିଆ ଦଳର ଶକ୍ତି: ଶିବରାଜ

ନୂଆଦିଲ୍ଲୀ (ଓଟି): ଇତିମଧ୍ୟରେ ଦଳୀୟ କର୍ମୀଙ୍କୁ ରାମାୟଣ ଶୁଣାଇଛନ୍ତି ବିଜେପିର ଶିବରାଜ ସିଂ ଚୌହ୍ବାନ। ଲଙ୍କାରେ ନିଆଁ ଲଗାଇବାକୁ ହେଲେ ବିଭୀଷଣଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ନିଆଁ ଲଗାଇବା ପାଇଁ ବିଭୀଷଣ ନିହାତି ଦରକାର। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦଳରେ ସାମିଲ ହୋଇସାରିଛନ୍ତି ବୋଲି ପ୍ରକାଶ ପୂର୍ବକ କମଲନାଥ ସରକାରଙ୍କୁ ସମାଲୋଚନା କରିଛନ୍ତି ଶିବରାଜ।

ଶିବରାଜଙ୍କ ଏଭଳି ମନ୍ତବ୍ୟ ଓ କମଲନାଥ ସରକାରଙ୍କୁ ଆକ୍ଷେପ କରିବା ନେଇ ଚାରିଆଡ଼େ ବେଶ୍‌ ଚର୍ଚ୍ଚା ଲାଗିରହିଛି। ବିଶେଷକରି ସିନ୍ଧିଆଙ୍କୁ ବିଭୀଷଣ ଭୂମିକାରେ ଉପସ୍ଥାପିତ କରାଯିବାକୁ ରାଜନୀତିକ ମହଲରେ ବେଶ୍‌ ଆଲୋଚନା ସରଗରମ ହେଉଛି।

ସୂଚନାଯୋଗ୍ୟ ଯେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ସିନ୍ଧିଆ ଭୋପାଲରେ ପ୍ରଥମଥର ପାଇଁ ରୋଡ୍ ଶୋ’ରେ ସାମିଲ୍‌ ହୋଇଥିଲେ। ଭୋପାଲ ବିମାନବନ୍ଦରରୁ ଶୋଭାଯାତ୍ରାରେ ସେ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିଜେପି କର୍ମୀଙ୍କୁ ସମ୍ବୋଧନ ଦେବା ପୂର୍ବରୁ ପ୍ରଥମେ ଶିବରାଜ ଉଦ୍‌ବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *