ଶିବରାତ୍ରୀ ଦିନ କରନ୍ତୁ ଏହି କାମ: ପୂର୍ଣ୍ଣ ହେବ ସମସ୍ତ ମନୋକାମନା ଏବଂ ଦୂର ହେବ ବାସ୍ତୁଦୋଷ
ଶିବରାତ୍ରୀରେ ଶିବଙ୍କ କୃପା ଲାଭ କରିବା ପାଇଁ ଭକ୍ତମାନେ ଅନେକ ପ୍ରକାର ପୂଜାର୍ଚ୍ଚନା ଓ ଉପବାସ ରଖିଥାନ୍ତି । ଶିବରାତ୍ରୀରେ ଆପଣ କେବଳ ଗୋଟିଏ କାମ କରନ୍ତୁ । ଏହାଦ୍ୱାରା ଆପଣଙ୍କ ସବୁ ମନୋକାମନା ଦୂର ହେବା ସହ ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ବାସ୍ତୁଦୋଷ ଦୂର କରିବା କ୍ଷେତ୍ରରେ ମଧ୍ୟ ଏହି ଉପାୟ ବିଶେଷ ଫଳପ୍ରଦ ।
ଶିବରାତ୍ରୀ ଦିନ ମନ୍ଦିର ଯାଆନ୍ତୁ । ଶିବଙ୍କୁ ଅଭିଷେକ କରିବା ସମୟରେ ଗଙ୍ଗାଜଳ ଓ ପଂଚାମୃତର ପାଦୁକା ବୋହି ଆସିୁଥାଏ, ସେହି ସମୟରେ ଏକ ତମ୍ବା ପାତ୍ରରେ ତାହାକୁ ଘରକୁ ଆଣନ୍ତୁ । ସେହି ପାଦୁକା ପାତ୍ରରେ ୩ଟି ଦୁବ ପକାଇ ଘର ଚାରିପଟେ ତାହାକୁ ସିଂଚନ କରନ୍ତୁ । ସଂଚନ କରିବା ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଉଚ୍ଚାରଣ କରନ୍ତୁ । ଘର ଚାରିପଟେ ସିଂଚନ କରିବା ପରେ ଘର ଭିତରେ ସମସ୍ତ କୋଠରୀରେ ତାହାକୁ ସଂଚନ କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ, ଶିବ ପାଦୁକା ପାଣି ଯେପରି ଆପଣଙ୍କ ଓ ଅନ୍ୟ କାହାର ପାଦରେ ନଲାଗେ । ତେଣୁ ଶିବ ପାଦୁକା ପାଣିକୁ ଆପଣ କାନ୍ଥରେ ସିଂଚନ କରନ୍ତୁ । ଶିବରାତ୍ରୀ ଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଥର ଏଭଳି କରନ୍ତୁ । ଏଭଳି କରିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ । ଏହା ବ୍ୟତୀତ ଆପଣଙ୍କର ସମସ୍ତ ମନୋକାମନା ପୁରଣ ହୁଏ ବୋଲି ବିଶ୍ୱାସ ରହିଛି । ସନ୍ତାନମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଏହି ଉପାୟକୁ ଆପଣାନ୍ତୁ । ପିଲାମାନଙ୍କର ଷ୍ଟଡିରୁମ୍ରେ ସେହି ପାଦୁକା ପାଣିକୁ ଏକ ସଫା ପାତ୍ରରେ ରଖନ୍ତୁ । ଏଭଳି ଏକ ସରଳ ଉପାୟ ଜାଣିବା ପରେ ଆପଣ ମଧ୍ୟ ଏହି ଉପାୟ ଥରେ ମାତ୍ର କରିଦେଖନ୍ତୁ ।