ଶିବରାତ୍ରୀ ଦିନ କାହାକୁ ଦିଅନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ଆର୍ଥିକ ସଙ୍କଟ
ଦେବ ଦେବ ମହାଦେବଙ୍କ ବାର ସୋମବାରରେ ପଡ଼ିଛି ଶିବରାତ୍ରୀ । ଏହି ଦିନ ଶିବକୃପା ଲାଭ କରିବା ପାଇଁ ଅଗଣିତ ଭକ୍ତ ବିଭିନ୍ନ ପ୍ରକାର ପୂଜାବିଧି ଆପଣାଇଥାନ୍ତି । ଏହି ଶିବରାତ୍ରୀ ଦିନ ଏଭଳି କିଛି କାମ ରହିଛି ଯାହା କରିବା ଦ୍ୱାରା ପରିବାର ପାଇଁ ଅଶୁଭ ହୋଇଥାଏ । ଶାସ୍ତ୍ରରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ତେବେ ଆପଣ ମଧ୍ୟ ସେହି ଭୁଲ୍ଟିକୁ ଜାଣି ରଖନ୍ତୁ । କାରଣ ଏହା ଆପଣ ଓ ଆପଣଙ୍କ ପରିବାରର ମଙ୍ଗଳ ସାଧନ ହେବ । ଶିବରାତ୍ରୀ ଦିନ କାହାକୁ ମଧ୍ୟ ଲୁଣ ଦିଅନ୍ତୁ ନାହିଁ । ଯଦି କେହି ପାଖ ପଡ଼ୋଶୀ ଲୁଣ ମାଗୁଥାନ୍ତି, ତାହେଲେ ତାଙ୍କୁ ସ୍ପଷ୍ଟ ଭାବେ ମନା କରନ୍ତୁ । କାରଣ ଶିବରାତ୍ରୀରେ ଅନ୍ୟ କାହାକୁ ଲୁଣ ଦେବା ଦ୍ୱାରା ପରିବାର ମଧ୍ୟରେ ଅଶାନ୍ତି ଓ କଳହର ସୂତ୍ରପାତ ହେବା ସହ ଆର୍ଥିକ ସଙ୍କଟ ଉପୁଜିଥାଏ । ମା’ ଲକ୍ଷ୍ମୀଙ୍କ କୃପାରୁ ବଂଚିତ ହେବାକୁ ପଡ଼େ । ତେଣୁ ଶିବରାତ୍ରୀର ଏହି ବାରଣକୁ ସବୁବେଳେ ଆପଣ ନିଶ୍ଚିତ ଭାବେ ମନେ ରଖନ୍ତୁ ।