ମହା ଶିବରାତ୍ରୀ ୨୦୧୯, ଏହି ୭ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଯୋଗ
ଅନେକ ବର୍ଷ ପରେ ଚଳିତ ଶିବରାତ୍ରୀରେ ଗ୍ରହଚଳନ ଯୋଗୁଁ ଏକ ମହାସଂଯୋଗ ସୃଷ୍ଟି ହେଉଛି । ଏହି ଗ୍ରହଚଳନ ୭ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି ଜ୍ୟୋତିର୍ବିଦ୍ମାନେ କହିଛନ୍ତି । ଏହା ସହିତ ଚଳିତବର୍ଷ ମାର୍ଚ୍ଚ ୪ ତାରିଖ, ଅର୍ଥାତ୍ ଦେବ ଦେବ ମହାଦେବଙ୍କ ବାର ସୋମବାର ଦିନ ଶିବରାତ୍ରୀ ପାଳିତ ହେଉଛି । ତେଣୁ ଏହି ଦିନ ୭ଟି ରାଶିର ବ୍ୟକ୍ତି ମହାଦେବଙ୍କ ପୂଜା କରିବା ସହିତ ବ୍ରତ ପାଳନ କଲେ ବିଶେଷ ପୁଣ୍ୟଫଳ ଲାଭ ହେବ ବୋଲି ଜ୍ୟୋତିଷ ପଣ୍ଡିତମାନେ ମତ ପ୍ରକାଶ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା କେଉଁ ୭ଟି ରାଶି କ’ଣ ସବୁ ଶୁଭଫଳ ଲାଭ କରିବେ –
ମେଷ – ବ୍ୟବସାୟ କ୍ଷେତ୍ରରେ ଜଡ଼ିତ ଥିବା ମେଷରାଶିର ବ୍ୟକ୍ତିଙ୍କୁ ଶିବରାତ୍ରୀରେ ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି । କିଛି ନୂଆ ବ୍ୟବସାୟ ଆରମ୍ଭ କରୁଥିଲେ, ଶିବରାତ୍ରୀ ଦିନ ହିଁ କରନ୍ତୁ । ଏହା ସୁଖସମୃଦ୍ଧି ଆଣିଦେବ । ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।
ବୃଷ – ଜ୍ୟୋତିଷ ପଣ୍ଡିତମାନେ ଗଣନା ବଳରେ କହିଛନ୍ତି ଯେ ୧୦୦୦ ବର୍ଷ ପରେ ପୁଣିଥରେ ବୃଷଭ ରାଶିଙ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଅପୂର୍ବ ଗ୍ରହଯୋଗ ସୃଷ୍ଟି ହେଉଛି । ଏହି ଶିବରାତ୍ରୀରେ ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ଶିବଙ୍କ ବିଶେଷ କୃପାଦୃଷ୍ଟି ରହିଛି । ତେଣୁ ଏହି ରାଶିର ଜାତକଙ୍କ ଭାଗ୍ୟ ଉନ୍ନତି ହେବ । ସେମାନଙ୍କ ଜୀବନରେ ଥିବା ସବୁ ସମସ୍ୟା ଦୂର ହେବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ପ୍ରଗତିର ସ୍ଥିତି ରହିଛି । ଯଦି ଆପଣ କୌଣସି କ୍ଷେତ୍ରରେ ଟଙ୍କା ଇନ୍ଭେଷ୍ଟମେଣ୍ଟ୍ କରିବାକୁ ଚାହୁଁଥାନ୍ତି, ତାହେଲେ ଏହି ଶିବରାତ୍ରୀ ହେଉଛି ତା’ ପାଇଁ ପ୍ରକୃଷ୍ଟ ସମୟ । ଆପଣଙ୍କୁ ଲାଭ ହିଁ ଲାଭ ହେବ । ଶିବରାତ୍ରୀ ପରଠାରୁ ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବ ।
କର୍କଟ – ଏହି ରାଶିର ବ୍ୟକ୍ତିଙ୍କର ଅନେକ ଦିନରୁ ଥିବା ଅଧୁରା କାମ ପୁରଣ ହେବାର ସମୟ ଆସିଯାଇଛି । ସେମାନଙ୍କର ଜୀବନରେ ଥିବା ବାଧାବିଘ୍ନ ଆପେ ଦୂର ହୋଇଯିବ । ଚାକିରି କ୍ଷେତ୍ରରେ ଉନ୍ନତି ଆସିବ । ଯେ କୌଣସି କାମ କରନ୍ତୁ ନା କାହିଁକି, ସେଥିରେ ଆପଣଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିବ । ଆର୍ଥିକ ସଙ୍କଟ ଦୂର ହେବ ।
କନ୍ୟା – କନ୍ୟାରାଶିର ବ୍ୟକ୍ତିଙ୍କୁ ଏହି ଶିବରାତ୍ରୀରେ ବିଶେଷ ସଫଳତା ମିଳିବ । ଶିକ୍ଷାକ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି ଏବଂ କାର୍ଯ୍ୟକ୍ଷେତ୍ରରେ ସମ୍ମାନ ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି ମିଳିବ ବୋଲି ଜ୍ୟୋତିଷମାନେ ଗ୍ରହ ଗଣନା କରିଛନ୍ତି । ପରିବାର କିମ୍ବା ବାହାରେ କୌଣସି ବ୍ୟକ୍ତିଙ୍କୁ ନେଇ କିଛି ସମସ୍ୟା ଥିଲେ, ତାହା ଶିବଙ୍କ କୃପାରୁ ଆପେ ଦୂର ହୋଇଯିବ । କନ୍ୟା ରାଶିର ବ୍ୟକ୍ତି ଶିବରାତ୍ରୀ ଦିନ ହିଁ ଘର ଓ ଜମି କିଣିବା କିମ୍ବା ଘରଶୁଭ ପକାନ୍ତୁ । ଏହା ଉତ୍ତମ ରହିବ ।
ମକର – ଚଳିତ ଗ୍ରହଯୋଗ ଅନୁଯାୟୀ ମକର ରାଶିର ଜାତକଙ୍କ ଉପରେ ଶିବଙ୍କ କୃପା ଅଧିକ ରହିବ । ଆଗାମୀ ଦିନରେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ଯେଉଁମାନେ ସନ୍ତାନସୁଖରୁ ବଂଚିତ ଅଛନ୍ତି, ମହାଦେବଙ୍କ କୃପାରୁ ସେମାନେ ମାତା-ପିତା ହେବାର ସୌଭାଗ୍ୟଲାଗ କରିବେ ।
କୁମ୍ଭ – କୁମ୍ଭ ରାଶିର ବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଅଫିସ୍ରେ ବରିଷ୍ଠ କର୍ମୀମାନଙ୍କ ଦ୍ୱାରା ପ୍ରଶଂସା ପାଇବେ । ବ୍ୟବସାୟ କରୁଥିବା ବ୍ୟକ୍ତି ଶିବରାତ୍ରୀ ଦିନ ନୂଆ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ଆଗ୍ରହ ଦିଅନ୍ତୁ ।
ମୀନ – ମୀନ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରବଳ ଧନଯୋଗ ରହିଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ । ଜମିବାଡ଼ି କିଣିବାକୁ ଚାହୁଁଥିଲେ, ଶିବରାତ୍ରୀ ପରେ କିଣନ୍ତୁ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏହି ରାଶିର ବିଦ୍ୟାର୍ଥୀ ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେବେ ଏବଂ ଇଣ୍ଟର୍ଭିୁ୍ୟରେ ସଫଳତା ଲାଭ କରିବେ ।