ଶିଲା ଦୀକ୍ଷିତଙ୍କ ପରଲୋକ, ଦିଲ୍ଲୀରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ

କଂଗ୍ରେସ ନେତ୍ରୀ ତଥା ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଶୀଲା ଦୀକ୍ଷିତଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ହୃଦରୋଗରେ ଆକ୍ରାନ୍ତ ହୋଇ ଗଲା କିଛିଦିନ ହେଲଶ ସେ ଚିକିତ୍ସାଧୀନ ଥିଲେ। ଶନିବାର ଅପରାହ୍ଣ ୩.୩୦ ସମୟରେ ଦିଲ୍ଲୀର ସିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ଦିଲ୍ଲୀ ସରକାର ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଦିଲ୍ଲୀର ବିକାଶରେ ଶୀଲାଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସରକାରୀ ଉତ୍ସବକୁ ବାତିଲ କରାଯାଇଛି । ଆସନ୍ତାକାଲି ଶୀଲାଙ୍କ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସାଧାରଣ ଲୋକେ ତାଙ୍କର ଦର୍ଶନ କରିପାରିବେ । ଏହା ପରେ ଅପରାହ୍ଣ ୨ଟା ୩୦ରେ ତାଙ୍କର ଅନ୍ତିମ ସଂସ୍କାର ନଗମବୋଧ ଘାଟଠାରେ କରାଯିବ ।

୧୯୯୮ ମସିହାରୁ ୨୦୦୩ ଯାଏ ସବୁଠାରୁ ଅଧିକ ସମୟ ଦୀର୍ଘ ୧୫ ବର୍ଷ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏତଦ୍‌ବ୍ୟତୀତ ୨୦୧୪ ମସିହାରେ ସେ କେରଳର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଘନିଷ୍ଠ ବନ୍ଧୁ ଥିଲେ।

Leave a Reply

Your email address will not be published.