କୋଭିଡ୍-୧୯ କବଳରୁ ମୁକୁଳିଲେ ଜୋଆ-ଶଜା
ମୁମ୍ବାଇ (ଓଟି): ମହମାରୀ କରୋନା କବଳରେ ପଡ଼ିଥିଲେ ବଲିଉଡ୍ର ଏକ ପରିବାର। ତେବେ ସେଥରୁ ସେମାନଙ୍କୁ ଆଶ୍ଵସ୍ତି ମିଳିଛି। ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସମେତ ତାଙ୍କ ଦୁଇ ଝିଅ ଜୋଆ ଓ ଶଜା କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିଲେ। ତେବେ ଇତିମଧ୍ୟରେ ଶଜାଙ୍କ ପରେ ପରେ ଜୋଆଙ୍କ ମଧ୍ୟ ରିପୋର୍ଟ ନେଗେଟିଭ୍ ବାହାରିଛି। ଏନେଇ ପ୍ରଥମେ ଶଜା ଇନ୍ଷ୍ଟାଗ୍ରାମରେ ଇମୋସନାଲ୍ ପୋଷ୍ଟ କରିଥିଲେ। ତେବେ ଦୁଇ ଭଉଣୀଙ୍କ ସ୍ଵାସ୍ଥ୍ୟବସ୍ଥା ଉନ୍ନତି ହେବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି।
ସୂଚନା ଅନୁସାରେମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଫେରିଥିଲେ ଶଜା। ସେହିପରି ଜୋଆ ମଧ୍ୟ ମାର୍ଚ୍ଚ ମଧ୍ୟଭାଗରେ ରାଜସ୍ଥାନରୁ ଫେରିଥିବା ଜଣାପଡ଼ିଥିଲା। ଶଜାଙ୍କୁ ଏପ୍ରିଲ୍ ୭ତାରିଖରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଜୋଆ ମଧ୍ୟ ଅନ୍ୟ ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏପରିକି ପରେ ପରେ କରୀମ୍ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସମ୍ପ୍ରତି ଦୁଇ ଭଉଣୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ୧୪ଦିନ ଯାଏଁ ନିଜ ଘରେ କ୍ଵାରେଣ୍ଟାଇନରେ ରହିବେ। ଅନ୍ୟପକ୍ଷରେ କରୀମଙ୍କ ଚିକିତ୍ସା ହସ୍ପିପାଟ୍ରେ ଚାଲିଛି।