ହିନ୍ଦୀ-ହିନ୍ଦୁ-ହିନ୍ଦୁତ୍ୱ ବିରୋଧି ଶଶୀ ଥରୁର

ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ଅନେକ ନେତା ପସନ୍ଦ କରନ୍ତି। ବର୍ତ୍ତମାନ ଏଭଳି ଜଣେ ନେତା ହେଉଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ସବୁବେଳେ ବିବଦରେ ରହିବାକୁ ପସନ୍ଦ କରନ୍ତି ଓ ଏଥିପାଇଁ ବିବାଦୀତ ବୟାନ ଦେବା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଆଜି ସେ ଟ୍ଵିଟ୍ କରିଛନ୍ତି ଯେ, ଏହି ହିନ୍ଦୀ, ହିନ୍ଦୁ, ହିନ୍ଦୁତ୍ଵର ବିଚାରଧାରା ଆମ ଦେଶକୁ ବିଭାଜନ କରୁଛି। ଆମକୁ ଏକତା ଦରକାର,ଏକରୂପତା ନୁହେଁ।

ଘଟଣାଟି ହେଉଛି, ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ଜଣେ ପିଏଚଡି ଛାତ୍ରଙ୍କୁ ହିନ୍ଦି କହି ଆସିନଥିବାରୁ ରୋକା ଯାଇଥିଲା। ଏହି ମାମଲାରେ ଏବେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ହିନ୍ଦୁତ୍ଵର ବିଚାରାଧାରା ଉପରେ ଟାର୍ଗେଟ୍ କରିଛନ୍ତି। ଥରୁର ଟ୍ଵିଟ୍ କରିଛନ୍ତି ଯେ ହିନ୍ଦୀ, ହିନ୍ଦୁ ଓ ହିନ୍ଦୁତ୍ଵର ବିଚାରଧାରା ଆମର ଦେଶକୁ ବିଭାଜନ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ,ଆମକୁ ଏକତା ଜରୁରୀ, ଏକରୂପତା ନୁହେଁ।

ଏହା ପୂର୍ବରୁ ଛାତ୍ର ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ୍ କରି ଟ୍ଵିଟ୍ କରିଥିଲେ ଯେ ତାଙ୍କୁ ହିନ୍ଦୀ ଜଣାନଥିବାରୁ ମୁମ୍ବାଇ ବିମାନ ବନ୍ଦରରେ ଜଣେ ଅଧିକାରୀ କ୍ଲିୟରାନ୍ସ ଦେବାକୁ ମନା କରି ଦେଲେ। ସେ ଆମେରିକା କ୍ଲାର୍କସନ ୟୁନିଭର୍ସିଟିରେ ରସାୟନ ବିଜ୍ଞାନରେ ପିଏଚଡି କରୁଛନ୍ତି। ସେ ମୂଳତଃ ତାମିଲନାଡୁ ନିବାସୀ। ଛାତ୍ର ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲଙ୍କ ବ୍ୟତୀତ ସୁଷମା ସ୍ଵରାଜ, କଂଗ୍ରେସ ନେତା ଶଶୀ ଥରୁର ଓ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ମଧ୍ୟ ଟ୍ଵିଟରେ ଟ୍ୟାଗ କରିଥିଲେ।

ଏହା ପୂର୍ବରୁ ଶଶୀ ଥରୁର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ୍ ପ୍ରୟାଗରାଜ କୁମ୍ଭରେ ବୁଡ଼ ପକାଇବାକୁ ନେଇ ଟିପ୍ପଣୀ କରି ବିବାଦ ଘେରକୁ ଆସିଥିଲେ। ସେ ମଙ୍ଗଳବାର ଟ୍ଵିଟ୍ କରିଥିଲେ ଯେ, ଆପଣ ଗଙ୍ଗାକୁ ସ୍ଵଚ୍ଛ ରଖିବେ ଏବଂ ସେଠାରେ ପାପ ମଧ୍ୟ ଧୋଇବେ। ଏହି ସଙ୍ଗମରେ ସମସ୍ତେ ଉଲଗ୍ନ, ଜୟ ଗଙ୍ଗା ମୈୟା।

Leave a Reply

Your email address will not be published.