ଜଣାପଡ଼ିଲା ଶରଦଙ୍କ ବିବାହ ତାରିଖ

ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠିଙ୍କ ଏକ୍ସ ବୟଫ୍ରେଣ୍ଡ୍ ଶରଦ ମାଲହୋତ୍ରା ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ବୋଲି କିଛିଦିନ ତଳେ ଖବର ଆସିଥିଲା । କିନ୍ତୁ ବିବାହ କେବେ ହେବ, ସେ ସମ୍ପର୍କରେ କିଛି ଜଣାପଡ଼ିନଥିଲା । କିନ୍ତୁ ଏବେ ବିବାହର ତାରିଖ ସହିତ ନିମନ୍ତ୍ରଣ କାର୍ଡ଼ର ଏକ ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଛି । ମିଡିଆ ସୂଚନା ଅନୁଯାୟୀ ଚଳିତ ମାସର ଆଗାମୀ ୨୦ ତାରିଖରେ ଶରଦ ରିପସି ଭାଟିଆଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ଦକ୍ଷ ଫ୍ୟାଶନ୍ ଡିଜାଇନର୍ ଭାବେ ରିପସିଙ୍କ ବହୁତ ଖ୍ୟାତି ରହିଛି । ସେୟାର୍ ହୋଇଥିବା ନିମନ୍ତ୍ରଣ କାର୍ଡ଼ରେ ବିବାହ କାର୍ଯ୍ୟକ୍ରମ ଓ ଭେନ୍ୟୁର ସମସ୍ତ ଡିଟେଲସ୍ ଦେଖିବାକୁ ମିଳିଛି । ଫ୍ଲାୱାର୍ ବ୍ୟାକଗ୍ରାଉଣ୍ଡ୍ ସହିତ କାର୍ଡ଼ଟିକୁ ଗ୍ରୀନ୍ ରଙ୍ଗରେ ସଜାଯାଇଛି, ଯାହାକି ଏକ ରୟାଲ୍ ଲୁକ୍ ହେଉଛି । ପ୍ରଶଂସକ ଏହାକୁ ଖୁବ୍ ଲାଇକ୍ କରୁଛନ୍ତି ।

ପ୍ରୋଗ୍ରାମ୍ ଅନୁଯାୟୀ ଆସନ୍ତା ୧୯ ତାରିଖରେ ନିର୍ବନ୍ଧ, କକଟେଲ୍ ପାର୍ଟି ଓ ଡିନର୍ ପାର୍ଟି ଆୟୋଜନ କରାଯିବ । ରାତି ୮.୩୦ ମିନିଟ୍ରେ ରିଙ୍ଗ୍ ଏକ୍ସଚେଞ୍ଜ୍ ସେରିମନି ହେବ ବୋଲି ସୂଚନା ମିଳିଛି । ୨୦ ତାରିଖରେ ବାହାଘର ଏବଂ ତା’ପରେ ବିବାହ ଭୋଜିର ଆୟୋଜନ ହେବ । କହିରଖୁଛୁ ଯେ ୨୦୦୬ରେ ଟିଭି ଶୋ’ ‘ବନୁଁ ମେ ତେରି ଦୁଲହନ୍’ରେ ପ୍ରଥମ ଥର ପାଇଁ ଶରଦ ଓ ଦିବ୍ୟାଙ୍କାଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା । ଏହାର କିଛିବର୍ଷ ପରେ ୨୦୧୩ରେ ଏହି ଲଭବାର୍ଡ଼ଙ୍କ ବ୍ରେକଅପ୍ ଖବର ଉଭୟଙ୍କର ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା ।

Leave a Reply

Your email address will not be published. Required fields are marked *