ମେ’୮ରେ ରିଲିଜ୍ ହେବ ବିଦ୍ୟା ବଲାନ୍ଙ୍କ ‘ଶକୁନ୍ତଳା ଦେବୀ’
ଭୁବନେଶ୍ଵର, (ଓଟଇ): ସବୁବେଳେ ଅଫ୍ବିଟ୍ ଆକ୍ଟିଂ ପାଇଁ ନିଜର ଗରିମା ବଢ଼ାଇଥିବା ନିଆରା ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବଲାନ୍ଙ୍କ ଆଉ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। ତାଙ୍କ ଟ୍ବିଟର ହ୍ୟାଣ୍ଡଲ୍ରେ ସେ ଏହିପରି ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ତାଙ୍କ ଅଭିନୀତି ‘ଶକୁନ୍ତଳା ଦେବୀ’ ଏବେ ପ୍ରସ୍ତୁତି ପଥରେ। ମେ , ୨୦୨୦ରେ ଏହି ଫିଲ୍ମ ରିଲିଜ୍ ହେବ।
ଏହି ଫିଲ୍ମରେ ବିଦ୍ୟା ବଲାନ୍ ଜଣେ ସୁପର୍ ୱିମ୍ୟାନର ଅଭିନୟ କରିଛନ୍ତି। ଜଣେ ହ୍ୟୁମ୍ୟାନ୍ କମ୍ପ୍ୟୁଟର ଭାବେ ସେ ସମସ୍ତ ଅଙ୍କ କଷା ଫଟାଫଟ୍ କରିପାରୁଛନ୍ତି।
ଏହି ଫିଲ୍ମେୀ ସାନିଆ ମଲ୍ହୋତ୍ରା ଓ ଜୀଶୁ ସେନ୍ଗୁପ୍ତା ପ୍ରମୁଖ ଭୂମିକାରେ ରହିଛନ୍ତି। ସୋନି ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି।
ଏହା ଏକ ବାସ୍ତବ କାହାଣୀ। ଶକୁନ୍ତଳା ଦେବୀଙ୍କ ଜୀବନ କାହାଣୀ ଉପରେ ଏହା ପର୍ଯ୍ୟବସିତ। ସେପ୍ଟେମ୍ବର ୧୬ରେ ଏହାର ଶୁଟିଂ ଆରମ୍ଭ ହୋଇଥିଲା ୨୦ ନଭେମ୍ବର ୨୦୧୯ରେ ଏହାର ଶୁଟିଂ ଶେଷ ହୋଇଛି।