ଶକ୍ତି, ମୁକ୍ତି ଓ ନୀତିଙ୍କ କେମେଷ୍ଟ୍ରୀ
ଉପରୋକ୍ତ ଶୀର୍ଷକଟି ପାଠକଙ୍କୁ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ ଶକ୍ତି, ମୁକ୍ତି ଓ ନୀତିଙ୍କ କେମେଷ୍ଟ୍ରୀର ଚର୍ଚ୍ଚା ଏବେ ଚାରିଆଡ଼େ । ଟେଲି ପରଦାରେ ଦେଖିବାକୁ ମିଳିଛି ଏହି ୩ଜଣଙ୍କ ଜବରଦସ୍ତ ଯୋଡ଼ି । ତେବେ କ’ଣ ଏହି କେମେଷ୍ଟ୍ରୀ । ଶକ୍ତି ଓ ମୁକ୍ତି କିଏ? ଟେଲି ଦୁନିଆର କେଉଁ ଶୋ’ରେ ଏହା ଦେଖିବାକୁ ମିଳିବ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ । ତେବେ ଆମେ ଆପଣଙ୍କୁ କହିଦେଉଛୁ ଏହି ସବୁ ପ୍ରଶ୍ନର ଉତ୍ତ । ଅସଲ ଖବରଟି ହେଉଛି – ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘କପିଲ୍ ଶର୍ମା ଶୋ’ର ଆଗାମୀ ଅଧ୍ୟାୟର ସୁଟିଂ ସରିଯାଇଛି ।
ଏହି ଆଗାମୀ ଏପିସୋଡ୍ରେ ଗାୟିକା ନୀତି ମୋହନ୍ ତାଙ୍କର ଦୁଇ ଭଉଣୀ ଶକ୍ତି ଓ ମୁକ୍ତିଙ୍କ ସହିତ ଆମନ୍ତ୍ରୀତ ହୋଇଥିଲେ। ଏଥିରେ କିକୁ ଶାରଦା ୩ ଭଊଣୀଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ । ତେବେ ପ୍ରଶ୍ନ ଥିଲା – ‘ଗୋଟିଏ ବଡ଼ ଜଙ୍ଗଲ ଥିଲା । ସେଠାରେ ଗୋଟିଏ ହାତୀ ଥିଲା । ଦିନେ ବର୍ଷା ହେଲା । ତାହେଲେ ସେ ହାତୀଟି କ’ଣ କରିବ? । କିନ୍ତୁ ଏହି ପ୍ରଶ୍ନର ଉତ୍ତର କେହି ମଧ୍ୟ ଦେଇପାରିଲେ ନାହିଁ । ୩ଜଣ ଭଊଣୀ ବଡ଼ ଚିନ୍ତାରେ ପଡ଼ିଯାଇଥିଲେ ।
ଏମିତି ଏକ ମଜାଳିଆ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାରଦା କହିଥିଲେ ଯେ ହାତୀ ଓଦା ହୋଇଯିବ । ଏଭଳି ଉତ୍ତରରେ ସମସ୍ତଙ୍କ ମଧ୍ୟରେ ହାସର ଲହରୀ ଖେଳି ଯାଇଥିଲା । ଏହି ଆଗାମୀ ଏପିସୋଡ୍ର ପ୍ରୋମୋ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରୋମୋ ଦେଖିବା ପରେ ଟେଲି ଦର୍ଶକ ସମ୍ପୂର୍ଣ୍ଣ ଏପିସୋଡ୍ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।