ତିନି ହଜାର କେଜି ଖେଚୁଡ଼ି ରାନ୍ଧିବେ ଶାହା

ଭୁବନେଶ୍ୱର,(ଓଟି): ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ଚିନ୍ତା ସେତିକିରେ ବଢ଼ିବାରେ ଲାଗିଛି। ଏହି ଚିନ୍ତାକୁ ହାଲକା କରିବା ତଥା ଦେଶର ଦଳିତମାନଙ୍କ ଭୋଟ ହାତେଇବା ପାଇଁ ଆସନ୍ତା ୬ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଦିଲ୍ଲୀରେ ଦଳିତ ମୋର୍ଚ୍ଚା ମାଧ୍ୟମରେ ଦଳିତମାନଙ୍କୁ ନେଇ ସମାରୋହ କରିବାକୁ ଯାଉଛନ୍ତି।

ଦଳିତମାନଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବା ପାଇଁ ଅମିତ୍ ଶାହା ଯେଉଁ ଯୋଜନା କରିଛନ୍ତି ତାହା ହେଲା ସମାବେଶ ସ୍ଥଳରେ ୩ହଜାର କେଜି ଖେଚୁଡ଼ି ରାନ୍ଧିବେ। ଏହି ଖେଚୁଡ଼ି ପାଇଁ ଆବଶ୍ୟକ ଡାଲି ଓ ଚାଉଳ ପ୍ରାୟ ୩ଲକ୍ଷ ଦଳିତ ପରିବାରରୁ ବିଜେପି କର୍ମୀମାନେ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦଳିତ ପରିବାରରୁ ସଂଗ୍ରହ ହୋଇଥିବା ଡାଲି ଓ ଚାଉଳରେ ହିଁ ଖେଚୁଡ଼ି ରନ୍ଧାଯିବାକୁ ସ୍ଥିର ହୋଇଛି।

ବିଜେପି ପକ୍ଷରୁ ଏହି ଖେଚୁଡ଼ି ନାମ ‘ସମରସତା ଖେଚୁଡ଼ି’ ରଖାଯାଇଛି। ଏହା ମାଧ୍ୟମରେ ଦଳିତ ସମୁଦାୟ କିପରି ଆଗାମୀ ନିର୍ବାଚନରେ ପୁଣି ଥରେ ବିଜେପିକୁ ଭୋଟ ଦେବେ ତାହା ଯୋଜନା କରାଯାଇଛି। ୬ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ସମାବେଶକୁ ‘ଭୀମ‍୍‌ ମହାସଂଗ୍ରାମ’ ନାମ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ଦଳିତ ପରିବାରରୁ ଖେଚୁଡ଼ି ପାଇଁ ଡାଲି ଓ ଚାଉଳ ସଂଗ୍ରହ କାମ ଶେଷ ହୋଇଛି। ଆଗାମୀ ୪ଦିନ ମଧ୍ୟରେ ଆଉ ଏକ ଲକ୍ଷ ପରିବାରରୁ ଚାଉଲ ଓ ଡ଼ାଲି ସଂଗ୍ରହ କାମ ଶେଷ କରାଯିବ ବୋଲି ଦିଲ୍ଲୀ ଦଳିତ ସେଲ ମୁଖ୍ୟ ମୋହନଲାଲ ଗିରାହା ସୂଚନା ଦେଇଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *