ଏକାଠି ହୋଇପାରିବେନି ସାତରୁ ଅଧିକ ସାଥ୍

ଭୁବନେଶ୍ୱର (ଓଟି): କରୋନା ମହାମାରୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ଏନେଇ ବିଭିନ୍ନସ୍ତରରେ କଟକଣା ମଧ୍ୟ ଜାରି କରାଯାଉଛି। ପରିସ୍ଥିତି ଦୃଷ୍ଟିରୁ ଜନସାଧାରଣଙ୍କ ସୁରକ୍ଷା ଲାଗି ସେଭଳି ଏକ ନୂଆ ଆଡଭାଇଜରି ଜାରି କରିଛନ୍ତି ଓଡ଼ିଶା ସରକାର। ନିର୍ଦ୍ଦେଶନାମା ଅନୁସାରେ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସମସ୍ତ ବଜାର, ମାର୍କେଟ କମ୍ପେ୍ଲକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ କରୋନା ସତର୍କତା ଓ ସେ ସମ୍ପର୍କିତ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ସଭାସମିତି କରିବାକୁ ମନା କରିଦିଆଯାଇଛି। ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପାଇଁ ଦେଇଥିବା ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ଏଥିସହ ରବିବାର ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବିଚଳିତ ନକରିବାକୁ ମଧ୍ୟ ସେ ଅନୁରୋଧ ଜଣାଇଛନ୍ତି

ସୂଚନାଯୋଗ୍ୟ ଓଡ଼ିଶାରେ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Leave a Reply

Your email address will not be published.