ସରକାର ସୁରକ୍ଷା ନିଷ୍ପତ୍ତି ନେଇଥିଲେ: ବିଚ୍ଛିନ୍ନତାବାଦୀ ନେତା

ଜମ୍ମୁ-କଶ୍ମୀର ସରକାରଙ୍କ ଦ୍ବାରା ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ଫେରାଇ ନିଆଯିବା ଘଟଣାରେ ହୁରିଅତ କନଫ୍ରେନ୍ସର ପ୍ରତିକ୍ରିୟା ଦେଇଛି। ହୁରିଅତ ପକ୍ଷରୁ କୁହାଯାଇଛି ସେମାନେ କେବେ ମଧ୍ୟ ନିଜର ସୁରକ୍ଷା ମାଗିନଥିଲେ। ମୀରଭାଇଜ୍ ଉମର ଫାରୁକଙ୍କ ନେତୃତ୍ବରେ ହୁରିଅତ କନଫ୍ରେନ୍ସ ପକ୍ଷରୁ କୁହାଯାଇଛି ସରକାର ନିଜେ ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷା ଦେବାର ନିଷ୍ପତ୍ତି ନେଇଥିଲେ।

ମୀରଭାଇଜ୍ ଉମର ଫାରୁକ୍ ସେହି ୫ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କ ସୁରକ୍ଷା ହଟାଇ ଦିଆଯାଇଛି। ସେ କହିଛନ୍ତି ସୁରକ୍ଷା ଫେରାଇ ନେଲେ ବିଚ୍ଛିନ୍ନତାବାଦୀ ନେତାଙ୍କ ମନୋବୃତ୍ତି ବଦଳିବନି କିମ୍ବା  ବର୍ତ୍ତମାନର ପରିସ୍ଥିତି ଉପରେ ଏହା କିଛି ପ୍ରଭାବ  ପକାଇବନି। ମୀରଭାଇଜଙ୍କ ବ୍ୟତୀତ ଆଜି ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାଶିମ କ୍ୟୁରେସି, ଶବିର ଶାହ ଓ ଫଜଲ ହକ୍ କ୍ୟୁରେସିଙ୍କ ସୁରକ୍ଷା ଫେରାଇ ନେବାର ନିଷ୍ପତ୍ତି ହୋଇଛି।

ସରକାରୀ ସୁତ୍ର ଅନୁସାରେ ଏହି ନିଷ୍ପତ୍ତି ରବିବାର ସନ୍ଧ୍ୟାରୁ ଲାଗୁ କରାଯିବ। ସେଭଳି  ବିଚ୍ଛିନ୍ନତାବାଦୀ ନେତାଙ୍କ ଗନି ଭଟ୍ଟ କହିଛିନ୍ତ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସୁରକ୍ଷାର କୌଣସି ଦରକାର ନାହିଁ। ମୋର ସୁରକ୍ଷା କାଶ୍ମିରୀ ଅଟନ୍ତି। ଭାରତ ଓ ପାକିସ୍ତାନରେ ଯୁଦ୍ଧର ସମ୍ଭାବନା ରହିଛି। ମୋତେ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ସୁରକ୍ଷାର କିଛି ଆବଶ୍ୟକତା ନାହିଁ।

Leave a Reply

Your email address will not be published.